ରାଉରକେଲା, (ବସନ୍ତ କୁମାର ଜେନା): ରାଷ୍ଟ୍ରୀୟ ନବବର୍ଷ ଆୟୋଜନ ସମିତି,ସେକ୍ଟର-୨ ଅନୁକୁଲ୍ୟରେ , ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ଆରମ୍ଭ ଦିବସ ତଥା ହିନ୍ଦୁନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦା ,ଯୁଗାଦ୍ଦ-୫୧୨୬ ତଥା ବିକ୍ରମ ସମ୍ବତ ୨୦୮୧ , ତଥା ଦିନାଙ୍କ ୯.୪. ୨୦୨୪ ମଙ୍ଗଳବାର ଦିନ ଲକ୍ଷ୍ମୀ ପୂଜା ପେଣ୍ଡାଲରେ ମହା ସମାରୋହରେ ପାଳିତ ହୋଇଯାଇଛି | ଏହି ନବବର୍ଷ କାର୍ଯ୍ୟକ୍ରମରେ ସପ୍ତ ମହାଯଜ୍ଞ ରୂପେ ପ୍ରାରମ୍ଭରେ ସ୍ଥାନୀୟ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ଯଜ୍ଞ, ଗାୟତ୍ରୀ ପରିବାର ତରଫରୁ ଘୃତ ଯଜ୍ଞ, ଭାରତ ମାତା ନିକଟରେ ୧୦୮ ଦୀପ ଯଜ୍ଞ, ରାଉରକେଲା ସେବା ଭାରତୀ ତରଫରୁ ସେବା ଯଜ୍ଞ , ସମିତି ତରଫରୁ ଗୀତା ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ ଅର୍ଥାତ ୫୦୦୦ ବ୍ୟକ୍ତିଙ୍କର ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା | ବିଶେଷ କାର୍ଯ୍ୟକ୍ରମ ଭାବେ ସେବା ଯଜ୍ଞରେ ୧୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୧୫୪ ଜଣ ପଞ୍ଜିକୃତ କରିବା ସହ ,ସେଥିମଧ୍ୟରୁ ୮ ଜଣଙ୍କର ପରୀକ୍ଷଣ ସମୟରେ ମୋତିଆ ବିନ୍ଦୁ ଥିବାରୁ ,ତାଙ୍କୁ ହସ୍ପିଟାଲ ତରଫରୁ ମାଗଣା ସେବା ଯୋଗାଇ ଦିଆଯିବା ସହ ୩ ଜଣ ଆଡମିଟ ହୋଇଥିଲେ | ଅନ୍ୟ ସମସ୍ତଙ୍କୁ ମୁକ୍ତ ଚଷମା ମଧ୍ୟ ବଣ୍ଟନ କରାଯାଇଥିଲା | ଗୀତା ଯଜ୍ଞରେ ଆବଶ୍ୟକ ତଥା ଉପସ୍ଥିତ ଥିବା ହିନ୍ଦୁ ପରିବାରଙ୍କୁ ଅତିଥିଙ୍କ ଦ୍ୱାରା ୫୦୦ ଶ୍ରୀମଦ ଭଗବତ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା |
ମୁଖ୍ୟ ଅତିଥିଙ୍କ ସ୍ୱାମୀ ଜଗନ୍ନାଥାନନ୍ଦଜୀ, ଭାରତ ସେବାଶ୍ରମ ସଂଘ (ବୃନ୍ଦାବନ) ଯୋଗ ଦେଇ ଉପସ୍ଥିତ ଜନତାକୁ, ଭାରତ ବର୍ଷର ମହାନ ପରମ୍ପରା ଓ ଗୌରବମୟ ଇତିହାସକୁ ସ୍ମରଣ କରାଇବା ସହ ଭାରତ ବର୍ଷର ରାଷ୍ଟ୍ରୀୟ ସ୍ୱାଭିମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଅନୁରୋଧ କରିଥିଲେ | ସମ୍ମାନୀତ ଅତିଥି ରୂପେ ଶ୍ରୀଯୁକ୍ତ ଗୁରୁକଲ୍ୟାଣ ମହାପାତ୍ର ,ବରିଷ୍ଠ ସାହିତ୍ୟିକ ଓ ସାମ୍ବାଦିକ ଭାବେ ଯୋଗ ଦେଇ କହିଥିଲେ ଏହି ନୂତନ ବର୍ଷ ଅନେକ ବୈଜ୍ଞାନିକ ଓ ଧାର୍ମିକ ଦୃଷ୍ଟିକୋଣରୁ ଅଦ୍ଵିତୀୟ ପ୍ରମାଣୀକତା ଅଟେ | ମୁଖ୍ୟ ବକ୍ତାଭାବେ ଡକ୍ଟର ସନାତନ ପ୍ରଧାନ ,ଅଧ୍ୟକ୍ଷ ମ୍ୟୁନିସିପାଲ ମହାବିଦ୍ୟାଳୟ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡିଶା ପଶ୍ଚିମ ପ୍ରାନ୍ତର ମାନନୀୟ ପ୍ରାନ୍ତ ସଂଘଚାଳକ ଯୋଗଦେବା ସହ ଉପସ୍ଥିତ ଥିବା ସମସ୍ତ ମାତୃଶକ୍ତି ଓ ସଜ୍ଜନ ବୃନ୍ଦଙ୍କୁ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ଆରମ୍ଭ ଦିବସ ଧ୍ୟାନ ଆକର୍ଷଣ କରିବା ସହ ବୈଜ୍ଞାନିକ ,ସାମାଜିକ,ଆଧ୍ୟାତ୍ମିକ ଏବଂ ଧାର୍ମିକ ଦୃଷ୍ଟିରୁ କେତେ ମହତ୍ୱ ପୂର୍ଣ୍ଣ ତାହା ତଥ୍ୟ ଆଧାରିତ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ | ଶ୍ରୀଯୁକ୍ତ ଦୀପ ସାହୁଙ୍କୁ ଗୋମାତା ପ୍ରତି ସେବା ମନୋଭାବ ପାଇଁ ଉପଢୌକନ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଠ ସମାଜସେବୀ ଭାବରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତି ,ଶ୍ରୀଯୁକ୍ତ ରବି ଦାସ ଓ ଶ୍ରୀଯୁକ୍ତ ଅନୁପମ ଗୁପ୍ତାଙ୍କୁ ମଧ୍ୟ ଉତ୍ତରୀୟ ଦେଇ ସମ୍ମାନ କରାଯାଇଥିଲା |
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ସିଦ୍ଧି ଏକାଡେମୀର ପରିଚାଳକ ଶ୍ରୀଯୁକ୍ତ ପ୍ରଫୁଲ ମଙ୍ଗଳ ସହ ଦ୍ରିଷ୍ଟି ତ୍ରିପାଠୀ ,ସାଇ ସମୀକ୍ଷା ବଳ , ଅପର୍ଣ୍ଣା ବେହେରା ,ସୁପ୍ରଚେତା ଦାସ, କୃତି ସୁନ୍ଦର ମଙ୍ଗଳ, ପାତ୍ର ସୁନିତା ବିଶ୍ୱାଳ, ମମତାଞ୍ଜଳୀ ଦାସ , ରଶ୍ମିତା ନାୟକ,ଦୀପ୍ତି ନାୟକ,ରୂପ ଜ୍ୟୋତି ,ପ୍ରତିମା ବେହେରା,ଉର୍ମିଳା ପରିଡା, ଅନୁମତି ଗିରି,ରଂଜିତା ସାହୁ ପ୍ରମୁଖ ସ୍ୱାଗତ ସଂଗୀତ ସହ ଭଜନ ପରିବେଷଣ କରିଥିଲେ | ବାଦ୍ୟଯନ୍ତ୍ରରେ ଗୁରୁ ପ୍ରଫୁଲ୍ଲ ମଙ୍ଗଳ, ଗୁରୁ ଜଗନ୍ନାଥ ଦାସ,ଦେବେନ୍ଦ୍ର ରଣା,ନରେନ୍ଦ୍ର ପାତ୍ର, ଦିଲ୍ଲୀପ ମଙ୍ଗଳ, ପ୍ରମୁଖ ସହଯୋଗ କରିଥିଲେ |
ଶ୍ରୀଯୁକ୍ତ ସତ୍ୟାନନ୍ଦ ଦାସ ମଞ୍ଚ ପରିଚାଳନା କରିବା ସହ ହିନ୍ଦୁ ,ହିନ୍ଦୁତ୍ୱ ଓ ନାଗରିକ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ | ଏହି ନବବର୍ଷ କାର୍ଯ୍ୟକ୍ରମରେ ସମିତିର ସଭାପତି ଶ୍ରୀ ଯୋଗେନ୍ଦ୍ର ବେଉରା ,ସମ୍ପାଦକ ଶ୍ରୀଯୁକ୍ତ ସମାଜପତି ରାୟ , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ହନୁମାନ ଗୋଏଲ ଓ ଆବାହକ ଶ୍ରୀଯୁକ୍ତ ହରେକୃଷ୍ଣ ମାଝୀ ପ୍ରମୁଖ ସୁଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିବା ସହ , ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ୟଶ ମିଶ୍ର ,ଶ୍ରୀ ସୁବ୍ରତ ବଳ, ଶ୍ରୀ ସୁବ୍ରତ ପ୍ରଧାନ, ଶ୍ରୀ ତ୍ରିଲୋଚନ ବେହେରା,ଶ୍ରୀ ନିରଞ୍ଜନ ନାୟକ ,ଶ୍ରୀ ଶତ୍ରୁଘ୍ନ ନାୟକ, ଶ୍ରୀ ବନବିହାରୀ ଜେନା , ଶ୍ରୀ ପ୍ରମୋଦ ଜୟସ୍ବାଲ,ଶ୍ରୀ ଚନ୍ଦ୍ରଭାନୁ ମୁଣ୍ଡା,ଶ୍ରୀ ସୁଦର୍ଶନ ମହତ୍ୱ ,ଶ୍ରୀ ଟୁକୁ ନାନା , ଶ୍ରୀ ଅନଳ ଚୌଧୁରୀ,ଶ୍ରୀ ଦିଲୀପ ରାଉତ,ଶ୍ରୀ ସୁରେନ୍ଦ୍ର ମଲ୍ଲିକ, ଶ୍ରୀ ଦେବାଶିଷ ଦାସ, ଶ୍ରୀ ରଘୁନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ସମାଜପତି ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
Sign in
Sign in
Recover your password.
A password will be e-mailed to you.