ଆସନ୍ନ ପରାଜୟ ଦେଖିଲେ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରେ ବିଜେପି: ବିଜେଡି

0
  •  ବଦଳି ଧମକ ଦେଉଛନ୍ତି ବିଜେପି ନେତା ଓ ପ୍ରାର୍ଥୀ

  •  ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେଡି

  •  ଅବାଧ ଓ ନିରପେକ୍ଷ ନିର୍ବାଚନ କରିବାକୁ ଅନୁରୋଧ

ଭୁବନେଶ୍ୱର:ଓଡ଼ିଶାରେ ପରାଜୟ ହେବାକୁ ଯାଉଛି ବୋଲି ଅନୁଭବ କଲେ ରାଜ୍ୟର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ଓଡ଼ିଶା ବିଜେପି ନେତାଙ୍କ ଅଭ୍ୟାସ । ୨୦୧୯ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନରେ ସେମାନେ ଏହା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ପୁଣି ଥରେ ଏହା କରିଥିଲେ । ତେଣୁ ୨୦୨୪ ନିର୍ବାଚନରେ ଓଡ଼ିଶା ବିଜେପି ପୁର୍ନବାର ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରିବା ନୂଆ କଥା ନୁହେଁ ବୋଲି ଆଜି ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ରାଜ୍ୟସଭା ଡ. ସସ୍ମିତ ପାତ୍ର ।
୨୦୨୪ ନିର୍ବାଚନରେ ସେମାନେ ନୂତନ ଭାବେ ଅତ୍ୟନ୍ତ ନିମ୍ନସ୍ତରକୁ ଖସି ଆସିବା ସହିତ ବିଡିଓ, ତହସିଲଦାର, ପୋଲିସ ଡିଏସପି ଏବଂପୋଲିସ ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି)ଙ୍କ ଭଳି ସରକାରୀ ଅଧିକାରୀଙ୍କୁ ଫୋନ୍ kari ଧମକ ଦେବା ଆରମ୍ଭ କରିଛନ୍ତି । ଓଡ଼ିଶା ବିଜେପି ସେମାନଙ୍କୁ ଧମକ ଦେଉଛି ଯେ, ଏହି ନିର୍ବାଚନରେ ଓଡ଼ିଶା ବିଜେପିକୁ ସମର୍ଥନ କରନ୍ତୁ ନଚେତ ବଦଳି ଓ ଅନ୍ୟାନ୍ୟ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୁଅନ୍ତୁ ।
୨୦୨୪ ନିର୍ବାଚନରେ ସେମାନେ ଏକ ନୂଆକୌଶଳରେ ଏହାକରୁଛନ୍ତି । ୨୦୨୪ ନିର୍ବାଚନରେ ଓଡ଼ିଶା ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ନକଲେ ଓଡ଼ିଶା ବିଜେପିର କିଛି ପ୍ରାର୍ଥୀ ଓ ନେତା ନିର୍ବାଚନ କମିଶନଙ୍କ ନାମର ଖୋଲାଖୋଲି ଅପବ୍ୟବହାର କରିବା ସହ ବଦଳି ସହ ନିର୍ବାଚନ ଡୁ୍ୟଟିରେ ଥିବା ଓଡ଼ିଶା ସରକାରଙ୍କ ଅଧିକାରୀମାନଙ୍କୁ ଭାରତୀୟ ନିର୍ବାଚନ କମିଶନଙ୍କ ନାଁ ନେଇ ଧମକ ଦେଉଛନ୍ତି । ଏ ସଂକ୍ରାନ୍ତରେ ଆଜି ସକାଳେ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରାଯାଇ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହାର ନକଲ ପ୍ରଦାନ କରାଯାଇଛି ।
ଓଡ଼ିଶାର ୬ ଜଣ ଆଇପିଏସ୍ ଓ ୨ ଜଣ ଆଇଏଏସ୍ ଅଫିସରଙ୍କୁ ନିର୍ବାଚନ କମିଶନ ବଦଳି କରିଛନ୍ତି ବୋଲି ବିଜେଡି ଆବେଦନରେ ଦର୍ଶାଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତି ବିଜେଡିର ସମ୍ମାନ ରହିଛିଏବଂ ଦେଶର ନିର୍ବାଚନ ଆୟୋଗଙ୍କୁ ବିଜେଡି ଗଭୀର ଓ ବ୍ୟାପକ ସମ୍ମାନ ଦେଉଛିଏବଂବିଜେଡି ଦଳ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା ଓ ଉଚ୍ଚସ୍ତରୀୟ ଦକ୍ଷତା ସହିତ ଦୃଢ଼ଭାବରେ ଠିଆ ହୋଇଥିବା ଅନୁଭବ କରୁଛି ।
ତେବେ ଓଡ଼ିଶା ବିଜେପିର ଏହି ପ୍ରାର୍ଥୀ ଓ ନେତାମାନେ ଏହି ବଦଳିକୁ ଉଦାହରଣ ଭାବେ ବ୍ୟବହାର କରି ନିର୍ବାଚନ ଡୁ୍ୟଟିରେ ଥିବା ଓଡ଼ିଶା ଅଧିକାରୀଙ୍କୁ ଫୋନ୍ କରି କହିଛନ୍ତି ଯେ,ଓଡ଼ିଶା ବିଜେପିର ଅଭିଯୋଗ ଆଧାରରେ ଭାରତର ନିର୍ବାଚନ ଆୟୋଗ ଏହି ବଦଳି କରିଛନ୍ତି । ଯଦି ଏହି ଅଧିକାରୀମାନେ ଓଡ଼ିଶା ବିଜେପିକୁ ସମର୍ଥନ ନ କରନ୍ତି, ତେବେ ପୂର୍ବଭଳି ନିର୍ବାଚନ ଆୟୋଗଙ୍କ ନିକଟରେ ମିଥ୍ୟା ଅଭିଯୋଗ କରି ସେମାନଙ୍କ ବଦଳି ସୁନିଶ୍ଚିତ କରିବେ ବୋଲି ସେମାନେ ଧମକ ଦେଉଛନ୍ତି ।
ଏହା କେବଳ ଚଳିତ ନିର୍ବାଚନ ସମୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିର ଘୋର ଉଲ୍ଲଂଘନ ନୁହେଁ, ବରଂ ନିର୍ବାଚନ କାର୍ଯ୍ୟରେ ମୁତୟନ ଥିବା କର୍ମଚାରୀଙ୍କୁ ଧମକ ଦେବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ବେଆଇନ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରିବା ମଧ୍ୟ ଅପରାଧିକ ପ୍ରକୃତିର ଅଟେ । ଏପରି କରି ଓଡ଼ିଶାର ଏହି ନେତା ଓ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ କେବଳ ଆମର କଠିନ ପରିଶ୍ରମର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରୁନାହାନ୍ତି ବରଂ ଆମର ନିର୍ବାଚନ ବ୍ୟବସ୍ଥାକୁ ଖରାପ କରୁଛନ୍ତି । ଏହା କହିବା ଅନାବଶ୍ୟକ ଯେ ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ହେଉଛି ଆମ ସମ୍ବିଧାନ ପ୍ରଦତ୍ତ ଗଣତନ୍ତ୍ରର ମୂଳଦୂଆ ।
ଆମେ ଅନୁରୋଧ କରୁଛୁ ଯେ ନିର୍ବାଚନ ଆୟୋଗଏହି ପ୍ରସଙ୍ଗରେ ଆବଶ୍ୟକ ଧ୍ୟାନ ଦିଅନ୍ତୁ ଏବଂ ଓଡ଼ିଶା ବିଜେପିର ନେତା ଏବଂ ପ୍ରାର୍ଥୀମାନେ ନିର୍ବାଚନ ଡୁ୍ୟଟିରେ ଥିବା ଓଡ଼ିଶାର ସରକାରୀ ଅଧିକାରୀଙ୍କ ପ୍ରତି ଏଭଳି ଭୟଙ୍କର କାର୍ଯ୍ୟକୁ ରୋକିବା ଏବଂ ଭାରତୀୟ ଗଣତନ୍ତ୍ରର ବୃହତ୍ତର ମଙ୍ଗଳଏବଂ ଅବାଧ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ପାଇଁ ଓଡ଼ିଶାରେ ଏକ ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ ଏବଂ ସୁସ୍ଥ ନିର୍ବାଚନ କରିବାକୁ ସୁନିଶ୍ଚିତ କରନ୍ତୁ ବୋଲି ଡ. ପାତ୍ର କହିଛନ୍ତି ।

Leave A Reply

Your email address will not be published.