ଭୋଟର ସଚେତନତା ରଥର ଶୁଭାରମ୍ଭ ।

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସୁଶ୍ରୀ କିରନ ଦୀପ କୌର ସାହୋତା ନିର୍ବାଚନ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ରଥ 138-ଗୁଣପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ଅଞ୍ଚଳକୁ ଯାଇ ଭୋଟର ମନେ ମତଦାନ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବ । ସ୍ଵଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନ ନିମନ୍ତେ ପ୍ରଚାର ମାଧ୍ୟମରେ ଜନ ସଚେତନ କରିବ । ସମସ୍ତ ଭୋଟର ନିଜ ବିବେକ ଅନୁସାରେ, ନିର୍ଭୀକ ଭାବରେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତ ଦାନ କରିବା ନିମନ୍ତେ ଉପ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ମତଦାନ ପ୍ରକ୍ରିୟାରେ ସମସ୍ତ ଭୋଟର ସାମିଲ ହେଲେ ସମୃଦ୍ଧ ଭାରତ ଗଠନ ହୋଇ ପାରିବ । ଭୋଟ ଦାନ କରି ନିଜର ପରିଚୟ ସୃଷ୍ଟି କରିପାରିବ ଭଳି ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଚାର କରାଯିବ ।
ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ମଧୁସୂଦନ ମାଝି, ପୋୖର ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି, ନିର୍ବାଚନ ସହାୟକ ସୁଶାନ୍ତ ଦାସ, ପୋୖର ନିର୍ବାଚନ ସହାୟକ ରଶ୍ମିରଞ୍ଜନ ଚୌଧୁରୀ, ପୋୖର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସ୍ଵଛ ସାଥି ପ୍ରମୁଖ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.