ଗୁଣୁପୁର ପୋଲିସ ଥାନା ଅଧିକାରୀଙ୍କ ଦ୍ଵାରା ସଫଳତା

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ରୂପାପଦର ଗ୍ରାମରେ ଥିବା ଦାସନ ଶବର ନାମକ ଜଣେ ବ୍ୟକ୍ତି ତାଙ୍କ ବେଙ୍କ ଏକାଉଣ୍ଟ ରୁ ଫୋନ ପେରେ ଲେବର ପେମେଣ୍ଟ ପାଇଁ ଅନ୍ୟଜଣକୁ ପଇସା ପୋଠୋଉଥିଲେ।କିନ୍ତୁ ଦୁର୍ଭାଗ୍ୟ ଜନକ ସେହି ନମ୍ବର ଶେଷ ଅଙ୍କ ବିଶିଷ୍ଟ ଭୁଲ ହେଇଥିବା ଯୋଗୁଁ ସେହି ପଇସା ଅନ୍ୟଜଣ କର ଫୋନ ପେ ନମ୍ବର କୁ ପଳେଇଥିଲା।ଏହି ଘଟଣା ଘଟିଥିଲା ମାର୍ଚ୍ଚ ୩୦ତାରିଖ।ସେହି ନମ୍ବର ଟି ହେଲା ବେଂଗୁଳୁରର ସେକ ସାଇଦୁଲ ନାମକ ଜଣେ ବ୍ୟକ୍ତିଙ୍କ ଏକାଉଣ୍ଟ ନମ୍ବର କୁ ପ୍ରାୟ ୮୦ହଜାର ଟଙ୍କା ଚାଲି ଯାଇଥିଲା।ସେହି ରୂପାପଦର ଵ୍ୟକ୍ତି ବାରମ୍ବାର ସେହି ବେଙ୍ଗଳୁରୁ ଥିବା ବ୍ୟକ୍ତି କୁ ସଂଯୋଗ କରିଥିଲେ ।ଶେଷରେ ନିଜେ ନିରାଶ ହୋଇ ଗୁଣପୁର ପୋଲିସ ଥାନାରେ ପହଞ୍ଚି ନିଜର ଅଭିଯୋଗ ଶୁଣାଇ ସାହାଯ୍ୟ କରନ୍ତୁ ବୋଲି ଅନୁନ ବିନୋୟରେ ଅନୁରୋଧ କରିଥିଲେ।ସେହି ଅଭିଯୋଗ କେନ୍ଦ୍ର କରି ତୁରନ୍ତ ଗୁଣପୁର ପୋଲିସ ଥାନା ଆଇ. ଆଇ.ସି ଶ୍ରୀଯୁକ୍ତ ଉତ୍ତମ ଚରଣ ସାହୁ ଓ ଏ.ଏସ.ଆଇ ଶ୍ରୀ ଯୁକ୍ତ ଅଶୋକ କୁମାର ପାଢ଼ୀ ଙ୍କ ଆନୁକୁଲ୍ୟରେ ସେହି ବେଙ୍ଗଲୁରୁରେ ଥିବା ବ୍ୟକ୍ତିଙ୍କ ଏକାଉଣ୍ଟ ବ୍ଲକ କରି ବେଙ୍କ ମାଧ୍ୟମରେ ରୂପାପଦର ଗାଁର ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ୮୦ହଜାର ଟଙ୍କା ଫେରସ୍ତ କରିଥିଲେ।ପୋଲିସର ଏପରି ସଫଳତା ଯୋଗୁଁ ବ୍ୟକ୍ତି ଓ ବୁଦ୍ଧିଜୀବୀ ମାନେ ପୋଲିସକୁ ଭରି ପ୍ରଶଂସା କରିଥିଲେ।

 

Leave A Reply

Your email address will not be published.