(ଖଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ): ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ତଥା ଚିତ୍ରପଟର ରୂପ ରେଖ ବଦଳିବା ସାଙ୍ଗକୁ ଏଵେ ଜଣେ ଜଣେ ଶଙ୍ଖ କୁ ଛାଡି ପଦ୍ମ ଫୁଲ କୁ ଆପଣେଇ ନେବାର ପରିଲକ୍ଷିତ ହେଉଛି।ଗଞ୍ଜାମରେ ଚାଲିଛି ଜୋରଦାର ଗୋଷ୍ଠୀ କନ୍ଦଳ। ନେତା ମାନଙ୍କ ଖେଳ କୁ ଜନତା ଙ୍କ ପାଇଁ କାଳ। ଏଠାରେ ଜୋରଯାର ମୂଲକତାର ବୋଲି ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ଶାସନ କାଳରେ ଜନତା ଅତିଷ୍ଠ ହେଲାପରେ, ସେମାନେ ଚାହୁଁଛନ୍ତି ନୂଆଁ ମୁହଁ । କିନ୍ତୁ ଏଠି ପ୍ରାର୍ଥୀ ତାଲିକା ଠିକ୍ ଏହା ର ବିପରୀତ। ଏଅଵସରରେ ପୋଲସରା ବ୍ଳକ୍ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତ ର ସମାଜସେବୀ ତଥା ପୋଲସରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତ୍ରୀ ତଥା କନ୍ଧମାଳ ଲୋକସଭା ସଂସଦୀୟ କ୍ଷେତ୍ରରେ ପର୍ଯ୍ୟବେକ୍ଷକ ସୁଶ୍ରୀ ଆରତୀ ଦେବୀ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି ।
ଆଜିର ମିଶ୍ରଣ ପର୍ବ ରେ ପୋଲସରା ନିର୍ବାଚନ ମଣ୍ଡଳୀର ୪୭ଟି ପଞ୍ଚାୟତ ଓ ପୋଲସରା ଏନ୍ ଏ ସି ର ଦୁଇ ଜଣ ବରିଷ୍ଠ ବିଜେଡ଼ି କର୍ମୀ ଙ୍କ ସମେତ ବହୁ ବିଜେଡ଼ି ଯୁବଗୋଷ୍ଠୀ ବିଜେପି ର ସଦସ୍ୟ ଭାବେ ଗଣା ହୋଇଥିବା ଜଣାପଡିଛି।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ଏହାପରେ ଶ୍ରୀ ମହାନ୍ତି ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ଘୁମୁସୁର ଜିଲ୍ଲା ସଭାପତି ତଥା ପୋଲସରା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ, ଉପସଭାପତି ପ୍ରଭାକର ପଣ୍ଡା, ଜିଲ୍ଲା ସଭାପତି ତଥା ଏକାମ୍ର ଭୁବନେଶ୍ୱର ପ୍ରାର୍ଥୀ ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜିକା ପିଙ୍କି ପ୍ରଧାନ, ହରିହର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସୁଶ୍ରୀ ଆରତୀ ଦେବୀଙ୍କ ସହ ପୂର୍ବତନ ଜିଲ୍ଲା ସମ୍ପାଦକ ରବିନ୍ଦ୍ର କୁମାର ପରିଡା, ବୁଗୁଡା ବ୍ଲକ ଉପସଭାପତି ସୁନୀଲ କୁମାର ପାଢ଼ୀ, ବିକ୍ରମ ବୀର ବିକ୍ରମାଦିତ୍ୟ ଆରୁଖ, ଧୋବା ପ୍ରଧାନ, ବବୁଲ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ଜେନା, ମହେନ୍ଦ୍ର ପ୍ରସାଦ, ବସନ୍ତ କୁମାର ସାମଲ, ପଦ୍ମଚରଣ ଜେନା, ପବିତ୍ର କୁମାର ନାୟକ, ଲିଙ୍ଗରାଜ ସ୍ୱାଇଁ, ସିମାଚଂଳ ପ୍ରଧାନ, ପ୍ରକାଶ ଚନ୍ଦ୍ର ସେନାପତି, ସମିର ନାହାକ, ନାରାୟଣ ଦାସ, ସନ୍ତୋଷ କୁମାର ପୋଲାଇ, ବିଚିତ୍ର ସାହୁ, ସନ୍ତୋଷ କୁମାର ବିଶ୍ୱାଳ, ହରିହର ପ୍ରଧାନ, ସନ୍ତୋଷ କୁମାର ଭୋଳ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।