ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ଦ୍ଵାରା ନୂତନ ଟ୍ରାନ୍ସଫର୍ମର ସ୍ଥାପିତ

0

ବ୍ରହ୍ମପୁର: ଗ୍ରୀଷ୍ମ ଋତୁରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣର ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ନିରନ୍ତର ଭାବେ ପ୍ରୟାସ କରୁଛି। କମ୍ପାନୀ ଦୃଢ଼ ପ୍ରତିବଦ୍ଧତା ସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରଖିଛି।

ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ବ୍ରହ୍ମପୁରର ଗୌତମ ନଗରରେ ଟିପିଏସ୍ଓଡିଏଲ୍ ୧୦୦ କେଭିଏ କ୍ଷମତା ବିଶିଷ୍ଟ ବିତରଣ ଟ୍ରାନ୍ସଫର୍ମର ସ୍ଥାପନ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ କମ୍ପାନୀ ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ଯୋଗାଣ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ନୂତନ ଟ୍ରାନ୍ସଫର୍ମର ସ୍ଥାପନ ହେବା ଫଳରେ ଗୌତମ ନଗର ବାସିନ୍ଦା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ଗୁଣାତ୍ମକ ସେବା ପାଇବେ।

ଉପଭୋକ୍ତାଙ୍କ ସନ୍ତୁଷ୍ଟିକୁ ସର୍ବଦା ପ୍ରାଥମିକତା ଦେଇ ଆସୁଥିବା ଟିପିଏସ୍ଓଡିଏଲ୍ ଚଳିତ ଗ୍ରୀଷ୍ମ କାଳରେ ଉତ୍ତମ ମାନର ସେବା ଯୋଗାଇବା ଦିଗରେ ସମର୍ପିତ ମନୋଭାବ ନେଇ କାମ କରୁଛି। ଏହା ସହ ଉପଭୋକ୍ତାଙ୍କୁ ବିଦ୍ୟୁତ ଜନିତ ସମସ୍ୟାର ତ୍ୱରିତ ସମାଧାନ ଦେବା ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ। 

Leave A Reply

Your email address will not be published.