ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପ୍ରଦେଶ କଂଗ୍ରେସ ର ଜଣେ ଟାଣୁଆ ଯୁବ ନେତା ତଥା କାକଟପୁର ମାଟିର ପୁଅ ଶ୍ରୀ ବିଶ୍ୱଭୂଷଣ ଦାସ ଆଜି କଂଗ୍ରେସ ଦଳର ପ୍ରାଥମିକ ସଭ୍ୟପଦ ସହ ପ୍ରଦେଶ କଂଗ୍ରେସ ଉପ ସଭାପତି ପଦରୁ ଇସ୍ତଫା ପ୍ରଦାନ କରି ଛନ୍ତି । ଏହି ସମ୍ପର୍କୀତ ଏକ ଲିଖିତ ନାମା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିକଟକୁ ପଠାଇଛନ୍ତି । ଦୀର୍ଘ ପନ୍ଦର ବର୍ଷ ରୁ ଉର୍ଧ୍ଵ ସମୟ ଧରି କାକଟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନ କୁ ସକ୍ରିୟ କରିବାରେ ବିଶ୍ୱଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା | ସେ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରି ପ୍ରାୟ 50ହଜାର ପାଖାପାଖି ଭୋଟ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ସେ ବିଜେପି ଦଳରେ ସାମିଲ ହେବେ ବୋଲି ଶୁଣିବାକୁ ମିଳିଅଛି ।
Sign in
Sign in
Recover your password.
A password will be e-mailed to you.