ମୋନିଦୀପା ସର୍ଖେଲ ହେଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାନେତ୍ରୀ

0

ଭୁବନେଶ୍ୱର : ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପାରାଦୀପର ପୂର୍ବତନ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲଙ୍କ ଧର୍ମପତ୍ନୀ ଶ୍ରମିକ ନେତ୍ରୀ ମୋନିଦୀପା ସର୍ଖେଲଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ | ସୂଚନାଯୋଗ୍ୟ ଯେ ମୋନିଦୀପା ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ | ପାରାଦୀପ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କ ନାମ ଚର୍ଚାକୁ ଆସିଥିଲା | ହେଲେ ଏବେ ଏ ସାଙ୍ଗଠନିକ ଦାୟିତ୍ୱ ପରେ ଆଗକୁ ନିଷ୍ପତ୍ତି କଣ ହେବ ତାହା ଦେଖିବାକୁ ବାକି ରହିଲା | ଅନ୍ୟପକ୍ଷରେ ବାପି ସର୍ଖେଲ ଖୁବ୍ଶୀଘ୍ର ବିଜେଡିରେ ଯୋଗ ଦେଉଛନ୍ତି ବୋଲି ଶୁଣାଯାଉଛି | ତେବେ ଦେଖିବାକୁ ବାକି ରହିଲା ଦାମ ରାଉତଙ୍କ ପରିବାର ଓ ସର୍ଖେଲ ପରିବାର ଭିତରୁ କିଏ ହାତଉଛି ପାରାଦୀପ ଟିକଟ | ନବୀନ ବାବୁ କି ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା |

Leave A Reply

Your email address will not be published.