ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ରାମଚନ୍ଦ୍ର ପାଙ୍ଗୀ ଓ କଂଗ୍ରେସ ନେତା ଅଭିରାମ ହନ୍ତାଳ

0

ଭୁବନେଶ୍ୱର, ୦୪/୦୪/୨୦୨୪ : କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗୀ ଓ କଂଗ୍ରେସ ନେତା ଅଭିରାମ ହନ୍ତାଳଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର, ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା ୨୦୨୪ ସାଧାରଣ ନିର୍ବାଚନର ପଟ୍ଟାଙ୍ଗୀ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ରାମଚନ୍ଦ୍ର ପାଙ୍ଗୀ ଓ କଂଗ୍ରେସ ନେତା ଅଭିରାମ ହନ୍ତାଳଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଡ.ପାତ୍ର, ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ପାଙ୍ଗୀ ଉପଢୌକନ ଦେଇ ଦଳକୁ ସ୍ଵାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ପାଙ୍ଗୀ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ରାମଚନ୍ଦ୍ର ପାଙ୍ଗୀ ଓ କଂଗ୍ରେସ ନେତା ଅଭିରାମ ହନ୍ତାଳ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ଵ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଓ ଆମ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ କଂଗ୍ରେସର ଶ୍ୟାମ ହନ୍ତାଳ, ହରିରାମ ଖୋରା, ସୋମୁ ଶିଶା, ପିଟୁ ଖୋରା, ଧୋନୁ ଘୁଣ୍ଠା, ବୀରେନ୍ଦ୍ର ଘୁଣ୍ଠା, ବିଜୟ ହନ୍ତାଳ, ନୋନା ମୋଣ୍ଡ, ମନୋଜ ଦୁରିଆ, ବିଜେପି ନେତା ଦାମୋଦର ସେଠୀ, ନାଗେଶ୍ଵର ପୂଜାରୀ, ନକୁଳ ନାୟକ, ଉପେନ୍ଦ୍ର ହନ୍ତାଳ, ଶ୍ୟାମସୁନ୍ଦର ଘୁଣ୍ଡା, ଉଗ୍ରେସେନ ପେଟିଆ, ମୁକୁନ୍ଦ ଘୁଙ୍ଗୋ, ପର୍ଶୁରାମ ପାଙ୍ଗୀ, ଜଗତରାୟ ଖିଲୋ, ରାମ ଦାସ ଖମୁନ୍ଦୁ, ଦାଶରଥୀ ଖିଲୋ, ପର୍ଶୁରାମ ପାଙ୍ଗୀ, ରାଜେନ୍ଦ୍ର ପ୍ରଧାନ, ଗୁନା ପାଙ୍ଗୀଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ବାଲା ରାୟ ଉପସ୍ଥିତ ଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.