ବିଜେପି ନେତା ଦିଲ୍ଲୀପ ନାୟକ ବିଜେଡ଼ିରେ ଯୋଗଦେଲେ

0

ଭୁବନେଶ୍ୱର, ୦୪/୦୪/୨୦୨୪:ପୁରୀଜିଲ୍ଲା ଅନ୍ତର୍ଗତ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖ ଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସ ଓ ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।
ବିଜେପି ନେତା ଦିଲ୍ଲୀପ ନାୟକ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁଶ୍ରୀ ଦାସ ଓ ଡ.ପାତ୍ର ଉପଢୌକନ ଦେଇ ଦଳକୁସ୍ୱାଗତକରିଥିଲେ । ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ନିମାପଡା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ ଓ ଡ ପାତ୍ରକହିଥିଲେ ।
ଏହି ଅବସରରେ ବିଜେପି ନେତା ଦିଲ୍ଲୀପ ନାୟକ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ,ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି ।ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି ।ଦଳରେ ମୋତେ ଏବଂ ମୋ ସହଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ଗୋପ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ପୂର୍ବତନ ସମିତିସଭ୍ୟ ପ୍ରତାପ ସ୍ୱାଇଁ, ଚିତ୍ତରଂଜନ ପାତ୍ର, ସମିତିସଭ୍ୟ ପୂଜାରାଣୀ ମହାପାତ୍ର, ଲକିବାଳା ନାୟକ, ସରପଞ୍ଚ ଅଜୟ ପରିଡା, ପୂର୍ବତନ ସରପଞ୍ଚ ଗଦାଧର ସାମନ୍ତରାୟ, ନିମାପଡା ମଣ୍ଡଳ ସଭାପତି ମାନସ ପ୍ରଧାନ, ପୂର୍ବତନ ନିମାପଡା ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ ନିମାପଡା ଏନ୍ଏସି ଅଧ୍ୟକ୍ଷ ଅଜୟ କୁମାର ଭୋଇଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.