ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

0

ଗାଇସିଲାଟ/ମନ ଡନସନା-ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମାଜସେବୀ ରଞ୍ଜନ କୁମାର ପଣ୍ଡା ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ବିରେନ୍ଦ୍ର କୁମାର କଲେଜ ଯୁକ୍ତତିନି ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଭାବନା ସେଠ ଯୋଗଦେଇଥିଲେ । ଅଧ୍ୟାପିକା ସଙ୍ଘମିତ୍ରା ସାହୁ ଙ୍କ ସଂଯୋଜନାରେ ଉକ୍ତ ସଭା ପରିଚାଳିତ ହୋଇଥିଲା । ପ୍ରାଧ୍ୟାପକ ନାରାୟଣ ମିଶ୍ର ନାରୀ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ଏହି ଅବସରରେ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡାଙ୍କ ରଚିତ ଓ ନିର୍ଦ୍ଦେଶିତ ଏକାଙ୍କିକା ଛାତ୍ରୀମାନଙ୍କ ପରିବେଷିତ ଦ୍ଵାରା ହୋଇଥିଲା । ମାଷ୍ଟର ଟ୍ରେନର ବେବୀ ଭୋଇ ଦୀର୍ଘ ୨୦ ଦିନ ଧରି ତାଲିମ ଦେଇଥିଲେ । ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଉମାକାନ୍ତ ସାହୁ ଙ୍କ ସହ ଅନେକ ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇଥିଲେ । ଶେଷରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ସୁଶ୍ରୀ ଝରଣା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.