ବିଜେଡିରୁ ରଘୁନାଥ ବିଜେପିରୁ ତ୍ରିନାଥ କଂଗ୍ରେସ ରୁ ସତ୍ୟଜିତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସାଧାରଣ ନିର୍ବାଚନ ପାଇଁ ବଢିଛି ରାଜନୈାତିକ ଉଷ୍ଣତା। ବିଜେଡି ପାର୍ଥୀ ରଘୁନାଥ ଗମାଙ୍ଗ ବିଜେପି ରୁ ତ୍ରିନାଥ ଗମାଙ୍ଗ କଂଗ୍ରେସ ରୁ ସତ୍ୟଜିତ ଗମାଙ୍ଗ ଗୁଣୁପୁର ନିର୍ବାଚନ ମଣ୍ଡଳି ପାଇଁ ପାର୍ଥୀ ଙ୍କ ନାମ ଦଳ ଘୋଷଣ କରିଛି। ବିଳମ୍ବ ହେଲେ ମଧ୍ୟ କଂଗ୍ରେସ ନୁଆ ଚେହେରା କୁ ପାର୍ଥୀ ଭାବରେ ସତ୍ୟଜିତ ଗମାଙ୍ଗଙ୍କୁ ସ୍ଥାନ ଦେଇଛି। ଦଳ ଅଲଗା ହେଲେ ମଧ୍ୟ ଏହି ତିନି ଜଣ ପାର୍ଥୀ ନିଜ ନିଜ ମଧ୍ୟରେ ପାରିବାରିକ ସଂମ୍ପର୍କୀୟ । ବିଜେଡି ଏଠାରେ ଲଗାତାର ତିନିଥର ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି। ବିଜେଡି ପୁଣି ତାର ଗଡ ସମ୍ଭାଳିବା ପାଇଁ ଜୋରଦାର୍ ଉଦ୍ୟମ ଆରମ୍ଭ କରିଛି। ୨୦୧୪ ରେ ବିଜେଡିରୁ ତ୍ରିନାଥ ଗମାଙ୍ଗ ବିଧାୟକ ରହିଥିଲେ। ୨୦୧୯ ରେ ବିଜେଡି ବିଧାୟକ ରଘୁନାଥ ଗମାଙ୍ଗ ବିଧାୟକ ହେଇଥିଲେ। ୨୦୨୪ ସାଧାରଣ ନିର୍ବାଚନ ରେ ବର୍ତମାନ ଦଳ ପୁଣି ବିଜେଡିରୁ ଦ୍ବିତିୟ ଥର ପାଇଁ ରଘୁନାଥ ଗମାଙ୍ଗଙ୍କୁ ପାର୍ଥୀ ଘୋଷଣା କରିଛି। ଲାଗାତାର ଦଳ ୨୦୦୦ ମସିହା ଠରୁ ବିଜେଡି ଗୁଣୁପୁର ନିର୍ବାଚନ ମଣ୍ଡଳିରେ ଗୋଟିଏ ପାର୍ଥ ବାଜିମାତ କରିବା ପରେ ଦ୍ବିତୀୟ ଥର ନିର୍ବାଚନ ଲଢିବାର ସୁଯୋଗ ଦେଇନଥିଲା। ବିଜେଡି ଦଳ ସୁପ୍ରିମୋ ରଘୁନାଥ ଗମାଙ୍ ଉପରେ ଆସ୍ଥା ପ୍ରକଟ କରି ଦ୍ବିତୀୟ ଥର ପାର୍ଥୀ ରୁପେ ଘୋଷଣା କରିଛନ୍ତି। ରଘୁନାଥ ଗମାଙ୍ଗ ଗତ ନିର୍ବାଚନ ର ବାଜିମାତ କରିବା ପରେ ଅଞ୍ଚଳ ବିକାଶ ପାଇଁ କଣ ପଦକ୍ଷେପ ନେଇଥିଲେ ତାହା ଚଳିତ ସାଧାରଣ ନିବାଚନରେ ଭୋଟର ନିଷ୍ପତି ନେବେ ଅପରପକ୍ଷେ ରଘୁନାଥ ବିଧାୟକ ଥିବା ଠାରୁ ସେ କେବେ କୈାଣସି ବିବାଦରେ ନଥିବା ମଧ୍ୟ ଆଲୋଚନା ହେଉଛି।। ୨୦୧୪ ମସିହାରେ ତ୍ରିନାଥ ଗମାଙ୍ଗ ବିଜେଡିରୁ ପାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ପରବର୍ତୀ ସାଧାରଣ ନିର୍ବାଚନ ୨୦୧୯ ରେ ତ୍ରିନାଥ ଗମାଙ୍ଗଙ୍କୁ ବିଜେଡି ରୁ ଟିକେଟ୍ ମିଳିନଥିଲା। ସେତବେଳେ ସ୍ବାଧିନ ପାର୍ଥୀ ରେ ନିର୍ବାଚନ ଲଢିଥିଲେ। ସେତେବେଳେ ତୃତୀୟ ସ୍ଥାନ ରହି ପରାଜିତ ହୋଇଥିଲେ ତ୍ରିନାଥ । ଦଳୀୟ ବିଶୃଙ୍ଖଳା ଯଗୁଁ ବିଜେଡି ତ୍ରିନାଥ ଙ୍କ ଦଳ ରୁ ନିଲମ୍ବିତ କରିଥିଲା। ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ପୁର୍ବରୁ ପୁଣି ବିଜେଡି ଦଳ ତ୍ରିନାଥ ଙ୍କୁ ଆପଣେଇଥିଲା। ଦଳ ତାଙ୍କୁ ଚଳିତ ସାଧାରଣ ନିର୍ବାଚନ ରେ ପାର୍ଥୀ କରିବା ପାଇଁ ସୁଯୋଗ ନଦେବା ରୁ ଆଖି ଆଗରେ ରଖି ରାତି ଅଧିଆ ତ୍ରିନାଥ ବିଜେପି ରେ ଯୋଗଦେଇଥି୍ଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟ ରେ ଯୋଗଦେଇ ଗୁଣୁପୁର ନିର୍ବାଚନ ମଣ୍ଡଳିରେ ବିଧାୟକ ପାର୍ଥୀ ପାଇଁ ଟିକେଟ ହାତେଇଛନ୍ତି।ଏବେ ମଧ୍ୟ ତ୍ରିନାଥ ନିଜର ରଣ କୌଶଳରେ ଜିଣିବେ ବୋଲି ଜନତାଙ୍କ ଆସ୍ଥା ପ୍ରକଟ କରିଛନ୍ତି।କଂଗ୍ରେସ ର ନୁଆ ଯୁବ ଚେହେରା ସତ୍ୟଜିତ ଗମାଙ୍ଗଙ୍କୁ କୁ କଂଗ୍ରେସ ଟିକଟ ଦେବା ପରେ ଚର୍ଚା ରହିଛନ୍ତି। ରାଜନିତି ପଡିଆରେ ପ୍ରଥମ କରି ପାଦ ଥାପିଥିବାରୁ ଆଗକୁ ବିକାଶ କରିବା ର ସ୍ବପ୍ନ ରଖିଥିବା ସତ୍ୟଜିତ ଙ୍କ ଠାରୁ ଶୁଣିବାକୁ ମିଳୁଛି। ଏହି ତିନି ପାର୍ଥୀ ମଧ୍ୟରେ ଭୋଟର କାହାକୁ ଗ୍ରହଣ କରିବେ ତାହ ସମୟ କହିବ।