ନୟାଗଡ଼,(ବିଶ୍ୱଜିତ ନାୟକ) :ଓଡ଼ିଶାର ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ତଥା ଭଜନ ସାମ୍ରାଜ୍ଞି ସ୍ବର୍ଗତ ଶାନ୍ତିଲତା ବାରିକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ମହର୍ଷି ବିଦ୍ୟାମନ୍ଦିର ସମ୍ମୁଖ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଙ୍ଗୀତଧାରା ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଲୋକପ୍ରିୟ ଭଜନ ଗାୟିକା ଶାନ୍ତିଲତା ବାରିକ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଥିଲେ।ଭାବପୂର୍ଣ୍ଣ କଣ୍ଠରେ ତାଙ୍କ ଜଗନ୍ନାଥ ଭଜନ ପାଇଁ ଓଡିଶାର ଘରେ ଘରେ ସେ ସୁପରିଚିତ ଥିଲେ। ତାଙ୍କ ଭଜନ ଥିଲା ଭକ୍ତି ଓ ସମର୍ପଣର ସଂଗୀତମୟ ନିବେଦନ। ତାଙ୍କ ସ୍ୱର ପରିବେଶକୁ ଭକ୍ତିମୟ କରିବା ସହ ଶ୍ରୋତାଙ୍କ ହୃଦୟରେ ଭାବାବେଗ ସୃଷ୍ଟି କରି ପାରୁଥିଲା। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ସଦସ୍ୟ ମାନେ ବର୍ଣ୍ଣନା କରିବା ସହିତ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସ୍ୱର୍ଗତା ଶାନ୍ତିଲତା ବାରିକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଗୁରୁ ରଜନୀକାନ୍ତ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଶତପଥୀ, କବି ଅଶୋକ ମଲ୍ଲ ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ଯୁବପିଢୀ ଆଜି ବିଶ୍ୱାୟନ ରୀତିକୁ ଆପଣାଇବାକୁ ଚାହାନ୍ତି ତାହା ଠିକ୍ କିନ୍ତୁ ମାତୃଭାଷାକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ
Next Post