ଯୁବପିଢୀ ଆଜି ବିଶ୍ୱାୟନ ରୀତିକୁ ଆପଣାଇବାକୁ ଚାହାନ୍ତି ତାହା ଠିକ୍ କିନ୍ତୁ ମାତୃଭାଷାକୁ ସମ୍ମାନ ଦେବା ଅତ୍ୟନ୍ତ ଜରୁରୀ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ୮୯ତମ ଓଡ଼ିଶା ଦିବସ ଉତ୍କଳ ହିତୈଷିଣୀ ସମାଜ , ସ୍ଵାମୀ ବିବେକାନନ୍ଦ ଲୋକସଂସଦ , ପାରଳା ସମ୍ବାଦ ସାହିତ୍ୟ ଘର ମିଳିତ ସହଯୋଗରେ ପାଳନ ହୋଇଯାଇଛି।
ଭାରତଭୂଷଣ ମହାନ୍ତି ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟବକ୍ତା ସରୋଜ କୁମାର ପଣ୍ଡା , ସମ୍ମାନିତ ବକ୍ତା ବିଚିତ୍ରାନନ୍ଦ ବେବର୍ତ୍ତା ଓ ବିନୋଦ ଚନ୍ଦ୍ର ଜେନା ମଞ୍ଚାସୀନ ଥିଲେ। ଭାଗବତ ପାଢ଼ୀ ଆଜିର ଓଡ଼ିଆ ଭାଷାର ସ୍ଥିତି ଓ ଭବିଷ୍ୟତ ର ଗତି ସମ୍ପର୍କରେ କହିଥିଲେ। ମଧୁବାବୁ , ଫକୀରମୋହନ , ରାଧାନାଥ , ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନବ ଓଡ଼ିଶା ଗଠନ ଏଵଂ ଓଡିଆ ଭାଷାର ସୁରକ୍ଷା ଦେବା ପାଇଁ ଯେଉଁ ସଂଗ୍ରାମଜାରୀ କରିଥିଲେ ତାହା ଅବିସ୍ମରଣୀୟ ହୋଇ ଯୁଗେ ଯୁଗେ ରହିବ କହିଥିଲେ।
ସଭା ପ୍ରାରମ୍ଭରେ ମନୋଜ୍ କୁମାର ପଟ୍ଟନାୟକ ଅତିଥି ମାନଙ୍କୁ ସ୍ଵାଗତ ସମ୍ଭାଷଣ କରିଥିଲେ ଏବଂ ଅଧ୍ୟାପକ ଆର୍ତ୍ତତ୍ରାଣ ଚଇନି ଅତିଥି ମାନକର ପରିଚୟ ଦେଇଥିଲେ। ଶେଷରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ସାହୁ , ମୁରଲୀଧର ପରିଚ୍ଛା , ବିଷ୍ଣୁ ପ୍ରସାଦ ପଣ୍ଡା , ତ୍ରିପତି ପ୍ରସାଦ ପଣ୍ଡା , ପଣ୍ଡିତ ନରସିଂହ ଗୌଡ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.