ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୋଷ କିଡ୍ସ ପ୍ଲେ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଲୋକ କୁମାର ବୋଷଙ୍କ ସଭାପତିତ୍ୱ ରେ ବିନୋଦିନୀ ବିଜ୍ଞାନ କଲେଜର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ର , ଅତିଥି ଭବେ ରାଜ୍ୟ ସଂଯୋଜକ ଇଣ୍ଟରନେସନାଲ ହୁମାନ ରାଇଟ୍ସର ରାଜ୍ୟ ସଂଯୋଜକ ମନୋଜ କୁମାର ପାଣି , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା , ଶଶାଙ୍କ ଶେଖର ସାବତ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଅତିଥି ମାନେ ପାରଳାଖେମୁଣ୍ଡି ସହରରେ ଏମିତି ଏକ ବିଦ୍ୟାଳୟର ଉପସ୍ଥିତିରେ ବହୁତ ଖୁସି ପ୍ରକାଶ କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ କୁ ବହୁତ ପ୍ରଶଂସା କରିଥିଲେ। ସଭା କାର୍ଯ୍ୟ ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୋନିଆ ପାଇକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପୂର୍ବରୁ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।
ପରେ ପରେ କୁନି କୁନି ପିଲା ମାନଙ୍କ ଓ ଅବିଭାବକ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରମାକାନ୍ତ ପଟ୍ଟନାୟକ ଓ ସୋନିଆ ପାଇକ ସଂଯୋଜନା କରିଥିଲେ।
ବିଦ୍ୟାଳୟ ର ଶିକ୍ଷୟତ୍ରୀ ଲିପ୍ସା ଶର୍ମା , ସଞ୍ଜନା ରାଉଳ , ସୁନନ୍ଦନି ଲିମା , ଉମା ରାଣୀ ବିଶ୍ବାଳ , ପ୍ରିୟଙ୍କା ପରିଡା , ସୋନାଲି ପାଣିଗ୍ରାହୀ , ଅମ୍ବିକା ପଳାଇ ପାତ୍ର , ଅନିତା , ରେଣୁକା ସହ କିରଣ କୁମାରୀ ଦାସ , କିଶୋର କୁମାର ଦାସ , ଅଭୟ ବୋଷ ଓ ପିନାକି ଭୁକ୍ତା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.