(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ, ନିର୍ମଳ ଶାସନରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ ଚଳିତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପୁର୍ନବାର ବିଧାୟକ ପ୍ରାର୍ଥୀ କରାଯିବା ପରେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଳକର ୧୪ଗୋଟି ପଞ୍ଚାୟତର ଲୋକମାନେ ଅତ୍ୟନ୍ତ ଉତ୍ସାହିତ ହୋଇଛନ୍ତି I ଏହି ଅବସରରେ ମଙ୍ଗଳବାର ଦିନ ବିଧାୟକ ଶ୍ରୀ ବେହେରା ସାନ୍ତପୁର, ନେମାଳ ଓ ତିଳକଣା ପଞ୍ଚାୟତରେ ବୃଥ୍ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ପ୍ରଥମେ କଟକ ଜିଲ୍ଲା ବିଜେଡ଼ି କମିଟିର ସାଧାରଣ ସମ୍ପାଦକ ନୃସିଂହଚରଣ ମୁଦୁଲିଙ୍କ ପୌରହିତ୍ୟ ରେ ଜଳଦିଆ ସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିରର କମ୍ୟୁନିଟ ସମ୍ମିଳନୀ କକ୍ଷରେ ଭକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ସାନ୍ତପୁର ପଞ୍ଚାୟତରେ ପ୍ରତ୍ୟେକ ବୃଥରେ ବିଜେଡ଼ି ସପକ୍ଷରେ କିଭଳି ଅଧିକରୁ ଅଧିକ ଭୋଟ କରାଯିବ ସେ ନେଇ ଜନସାଧାରଣଙ୍କୁ ବିଜେଡ଼ିର ଜନହିତକର କାର୍ଯ୍ୟ ସମ୍ପର୍କରେ ଅବଗତ କରାଇ ବିଜେଡ଼ି ପ୍ରତି ଆକୃଷ୍ଟ କରାଇବାକୁ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ବୈଠକରେ ପୂର୍ବତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସ, ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ, ଶିକ୍ଷାବିତ୍ ଭୈରବ ବେହେରା, ଅମୂଲ୍ୟ ମହାନ୍ତି, ତରଣୀସେନ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ନେମାଳ ପଞ୍ଚାୟତର ଜାଗୁଳାଇ ପୀଠ କାଳିନ୍ଦୀ ଭବନ ପରିସରରେ ସରପଞ୍ଚ ସସ୍ମିତା ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଶ୍ରୀ ବେହେରା ଯୋଗ ଦେଇ ପ୍ରତ୍ୟେକ ବୁଥ୍ କମିଟିର କର୍ମକର୍ତ୍ତା, ବିଜେଡ଼ି କର୍ମୀ ଓ ବିଜେଡ଼ି ନେତୃବୃନ୍ଦଙ୍କୁ ଏକଜୁଟ କରାଇ ଆଗାମୀ ନିର୍ବାଚନ ପାଇଁ ବିଜେଡ଼ିକୁ ବିପୁଳ ସଂଖ୍ୟାରେ ସମର୍ଥନ ଦେବା ନିମନ୍ତେ ଆହ୍ବାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡ଼ି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସାଇଁ, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ପଞ୍ଚାୟତ ସଭାପତି ବିମଳ ପ୍ରସାଦ ଦାସ, ହିମାଂଶୁ ଦାସ,ବଳଦେବାନନ୍ଦ ଦାସ ଓ ସୁନାକର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ତିଳକଣା ପଞ୍ଚାୟତର ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଜନ୍ମପୀଠରେ ସରପଞ୍ଚଙ୍କ ପ୍ରତିନିଧି ବିଶ୍ଵନାଥ ପଣ୍ଡାଙ୍କ ପୌରହିତ୍ୟ ରେ ଆୟୋଜିତ ବୈଠକରେ ବିଧାୟକ ଶ୍ରୀ ବେହେରା ଯୋଗ ଦେଇ ପଞ୍ଚାୟତ ସ୍ତରୀୟ ସମସ୍ତ ବିଜେଡ଼ି ନେତୃବୃନ୍ଦ ଓ ପଞ୍ଚାୟତ କମିଟିର କର୍ମକର୍ତ୍ତା , ମହିଳା ଓ କର୍ମୀମାନଙ୍କୁ ଏକଜୁଟ କରାଇ ଆଗାମୀ ନିର୍ବାଚନ ପାଇଁ ବିଜେଡ଼ି ସପକ୍ଷରେ ସମର୍ଥନ ପାଇଁ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ରମେଶ ଜେନା, ମଳୟରଂଜନ ଦାସ,ଦୂର୍ଯ୍ୟଧନ ପଣ୍ଡା,ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ଭୂୟାଁ, ଅଟଳ ମହାପାତ୍ର, ଦର୍ଶନ ନାୟକ,ଅଲେଖ ଦଳାଇ, ବାବାଜୀ ଚରଣ ନାୟକ, ସୁକାନ୍ତ ସାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ତିଳକଣା ପଞ୍ଚାୟତର ବହୁ ଅନ୍ୟ ଦଳର ବ୍ୟକ୍ତି ବିଧାୟକ ଶ୍ରୀ ବେହେରାଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେଡ଼ିରେ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post