ଢ଼େଙ୍କାନାଳ/ରବିନ୍ ଦାସ; ରାଜ୍ୟ ପୋଲିସର ୮୯ ତମ ପ୍ରତିଷ୍ଠା ଦିବସ ଅବସରରେ ବହୁ ଦକ୍ଷ ପୋଲିସ ଅଧିକାରୀ ମାନଙ୍କୁ ସମ୍ମାନୀତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏସଡିପିଓ ଶ୍ରୀ ସ୍ନେହାଶିଶ ସାହୁ ମଧ୍ୟ ସମ୍ମାନୀତ ହୋଇଛନ୍ତି । ଶ୍ରୀ ସାହୁ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଥିବାବେଳେ ଅନେକ ମାମଲା ଦକ୍ଷତାର ସହ ସମ୍ଭାଳିଛନ୍ତି । ଖୁବ୍ କମ୍ ସମୟରେ ଅନେକ ଗୁଡ଼ିଏ ମାମଲାର ଅଭିଯୁକ୍ତ ମାନଙ୍କୁ ଗିରଫ କରିଛନ୍ତି । ଆଇନ୍ ଶୃଙ୍ଖଳା ପରିସ୍ଥିତି ଖୁବ୍ ସୁନ୍ଦର ଭାବେ ସମ୍ଭାଳି ଥିବା ନେଇ ନାଁ ରହିଛି । ସେହିପରି ବର୍ତ୍ତମାନ କାମାକ୍ଷାନଗରରେ ମଧ୍ୟ ଯୋଗ ଦେଉ ଦେଉ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ପ୍ରତ୍ୟେକ ଥାନା ଓ ଫାଣ୍ଡି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିବାରେ ଲାଗିଛି । ଶ୍ରୀ ସାହୁଙ୍କ ଆଗମନରେ ସ୍ଥାନୀୟ ଚୋର ଡକାୟତ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜନସାଧାରଣଙ୍କ କହିବା ଅନୁଯାୟୀ ଅପରାଧୀ ଶ୍ରେଣୀର ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଏହିଭଳି ଜଣେ ଦକ୍ଷ ଅଧିକାରୀଙ୍କୁ ପାଇ ଆମେ ଖୁସି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Sign in
Sign in
Recover your password.
A password will be e-mailed to you.