ଭଞ୍ଜନଗରରେ ପାଳିତ ହେଲା ଉତ୍କଳ ଦିବସ

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଅର୍ଥାତ୍ ଏପ୍ରିଲ୍ ପ୍ରଥମ ଦିନାଙ୍କ ୨୦୨୪ ରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଉତ୍କଳ ଦିବସ ପାଳିତ ହୋଇଛି। ଚଳିତ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ଆଚରଣ ବିଧି ଅନୁସାରେ କେବଳ ଓଡିଶାର ନବନିର୍ମାଣ କାରି ମହାନ୍ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ପୁଷ୍ପମାଲ୍ୟାର୍ପଣ ପୁର୍ବକ ପାଳନ ହୋଇଥିଲା। ପୁର୍ବ ପ୍ରସ୍ତୁତି ଅନୁସାରେ ଆଜି ସକାଳ ୭ ଘଣ୍ଟା ୩୦ ମିନିଟ୍ ସମୟରେ ପ୍ରଥମେ ଭଞ୍ଜନଗର ପୈାରପରିଷଦରେ ଥିବା ଦୀନ ଦରିଦ୍ର ର ବନ୍ଧୁ ତଥା ମହାନ୍ ବରପୁତ୍ର ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ଠାରୁ ପୁଷ୍ପମାଲ୍ୟାର୍ପଣ ଆରମ୍ଭ ହୋଇ ବ୍ଳକ୍ ଛକରେ ଥିବା ଜାତିର ପିତା ମହାତ୍ମା ଗାନ୍ଧି ଙ୍କ ମୁର୍ତ୍ତି, କୋର୍ଟ ପରିସରରେ ଥିବା ମଧୁସୁଦନ ଦାସ ଙ୍କ ମୁର୍ତ୍ତି, ଷ୍ଟେଟବ୍ୟାଙ୍କ ଛକ ରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ମୁର୍ତ୍ତି, ବାଇପାସ୍ ରେ ଥିବା ବୀର ବିପ୍ଳବୀ ଚକରା ବିଷୋୟୀ ଙ୍କ ମୁର୍ତ୍ତି ଓ ଶେଷରେ ବାଉଁଶ ଲୁଣ୍ଡି ବାଇପାସ୍ ସ୍ଥିତ ମହାନ୍ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା। ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ୍ କୁମାର ସେଠୀ, ତହସିଲଦାର ଶ୍ରୀ ଉମାକାନ୍ତ ବେହେରା, ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମୁରଲୀ କୃଷ୍ଣ ପଣ୍ଡା ଏବଂ ସୁଚନା ଲୋକସମ୍ପର୍କ ବିଭାଗର ଅଧିକାରୀ ଶ୍ରୀ ଗୈାରିଶଙ୍କର ସତପଥି ଓ କିଛି ସାମ୍ବାଦିକ ଉପସ୍ଥିତ ଥିଲେ। ଏହାପରେ ୯ ଘଣ୍ଟା ୩୦ ମିନିଟ୍ ସମୟରେ ଉପଜିଲ୍ଲାପାଳ ଙ୍କ ସମ୍ନିଳନୀ କକ୍ଷ ପରିସରରେ ଥିବା ଓଡ଼ିଶାର ବରପୁତ୍ର ମାନଙ୍କ ଫୋଟୋ ଚିତ୍ର ଗୁଡ଼ିକରେ ଉପଖଣ୍ଡ ପ୍ରଶାସନ ଓ ସୁଚନା ଲୋକସମ୍ପର୍କ ବିଭାଗ ତରଫରୁ ପୁଷ୍ପାଞ୍ଜଳି ପ୍ରଦାନ କରାଯିବା ସହିତ ଉତ୍କଳ ସଂଗୀତ ଗାନ କରାଯାଇଥିଲା ଉକ୍ତ ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିବା ଅନେକ ପ୍ରଶାସନିକ ଅଧିକାରୀ ବିଡ଼ିଓ ସମେତ ଅନ୍ୟମାନେ ଓ ବିଭିନ୍ନ ବିଭାଗ ର ସାମ୍ବାଦିକ ଙ୍କ ସହିତ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ବଳିଷ୍ଠ ଅବଦାନ ସଂପର୍କରେ ସ୍ମୁତି ଚାରଣ ସଭା ଆୟୋଜନ କରାଯାଇଥିଲା।
୧୯୩୬ ମସିହା ଏପ୍ରିଲ୍ ପ୍ରଥମ ଦିନାଙ୍କରେ ଭାଷାଭିତ୍ତିରେ ଓଡ଼ିଶା ରାଜ୍ୟ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରିଥିଲା। ଓଡ଼ିଶାକୁ ଆଜିଠାରୁ ବା ଏପ୍ରିଲ୍ ୧ ଦିନାଙ୍କ ୨୦୨୪ ଠାରୁ ୮୮ ବର୍ଷ ପୁରଣ ହୋଇ ୮୯ ବର୍ଷ ରେ ପଦାର୍ପଣ ହେଲା। ଏହି ବୟସର ପଦାର୍ପଣ କରିଥିବା ଯେକୌଣସି ସକ୍ରିୟ ବ୍ୟକ୍ତି ବା ରାଷ୍ଟ୍ର ତାର ଅଭିଜ୍ଞତା, ଶିକ୍ଷଣୀୟତା ଓ ଭାଷାଜ୍ଞାନ ର ପରିପକ୍ୱତ ର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସମର୍ଥ। ପ୍ରକାରାନ୍ତରେ କହିବାକୁ ଗଲେ ଆଜି ଏପ୍ରିଲ୍ ପହିଲା ରେ ଓଡ଼ିଶା ର ଜନ୍ମଦୀନ ଅର୍ଥାତ୍ ଉତ୍କଳ ଦିବସକୁ ସମସ୍ତେ ଧୁମଧାମରେ ପାଳନ କରିବା ଉଚିତ୍। ଏହି ଆଳରେ ଅନ୍ତତଃ ଓଡ଼ିଶା ରାଜ୍ୟର ସମୃଦ୍ଧ ଓ ଗୈାରବ ମୟ ପରମ୍ପରା ଏବଂ ତତ୍କାଳୀନ ନେତୃତ୍ବର ସ୍ମୁତି ଚାରଣ ହୋଇପାରିବ। ଏହାସହିତ ବୀର ଓଡ଼ିଆ ଜାତୀର ସାହାସ ଓ ତ୍ୟାଗ ସମ୍ପର୍କରେ ବର୍ତ୍ତମାନ ଓଡ଼ିଆ ଯୁବପିଢି ଙ୍କ ସହ ଆଲୋଚନା ସମୃଦ୍ଧ ହୋଇପାରିବ। ଆଜିର ଉତ୍କଳ ପ୍ରଦେଶ କୁ ଅନୁଧ୍ୟାନ କଲେ ଆମେ ସମସ୍ତେ ଜାଣିପାରିଛେ ଯେ, ଓଡ଼ିଶା ର ପ୍ରଥମ ରାଜନୈତିକ ପୁରୁଷ ମଧୁସୁଦନ ଦାସ ଙ୍କ ଭଳି ଜାତିପ୍ରୀତି ଆଜି ଦୁଷ୍ପ୍ରାପ୍ୟ, ଗୋପବନ୍ଧୁ ଦାସ ଙ୍କ ଭଳି ତ୍ୟାଗ ରାଜ୍ୟର ନେତୃତ୍ୱ ବା ତଥାକଥିତ ସମାଜସେବୀ ଓ ବୁଦ୍ଧିଜୀବିଙ୍କ ପାଖରେ ନିଅଣ୍ଟ। ଆଜିର ବ୍ୟବସ୍ଥା କୁ ନିରେଖି ଦେଖିଲେ ଆହୁରି ପ୍ରାଞ୍ଜଳ ଭାବରେ ଵୁଝିହେଉଛି ଯେ, ଜନ ସେବାର ପରିଭାଷା ଇତିମଧ୍ୟରେ ସଂପୁର୍ଣ୍ଣ ବଦଳି ଯାଇଛି, ବୋଲି ଅନେକେ ମାନ୍ୟଗଣ୍ୟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.