ଭୁବନେଶ୍ୱର,୦୧/୦୪/୨୦୨୪:ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛିା ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମବେତ ହୋଇ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ’ ସମୂହଗାନ କରିଥିଲୋ
ସୂଚନାଯୋଗ୍ୟ ଯେ କାର୍ଯ୍ୟାଳୟର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସଂପୂର୍ଣ୍ଣ ସମର୍ପଣର ସହ ନିଜ ନିଜର କାର୍ଯ୍ୟ ସଂପାଦନ କରି ରାଜ୍ୟରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସର୍ବସମ୍ମିଳିତ ନିର୍ବାଚନ ପାଇଁ ଅଙ୍ଗୀକାରବଦ୍ଧ ହେବା ପାଇଁ ପ୍ରେରିତ କରିଥିଲୋ ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ମହାନ୍ତି ଏବଂ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.