ହାଇଡ୍ରୋସିଲ ଅପରେସନ କରିବାକୁ ଯାଇ ଡାକ୍ତର ଖାନାରୁ ଚମ୍ପଟ କଏଦୀ

0 2
  • * ଭସ୍ମା ଥାନା ଅଞ୍ଚଳରେ ହତ୍ୟା ମାମଲାରେ ସଜା କାଟୁଥିବା ବିଚାରଧୀନ କଏଦୀ ଅର୍ଜୁନ ମୁଣ୍ଡା ଫେରାର

  • * ହାଇଡ୍ରୋସିଲ ଅପରେସନ ପାଇଁ ସୁନ୍ଦରଗଡ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ କଏଦୀ ଅର୍ଜୁନ ମୁଣ୍ଡା

  • *ଜେଲ କତୃପକ୍ଷଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ, ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ହତ୍ୟା ମାମଲାରେ ଛନ୍ଦୀ ହୋଇ ବିଚାର ଧୀନ ଅବସ୍ଥାରେ ସୁନ୍ଦରଗଡ ଜେଲରେ ସଜା କାଟୁଥିବା କାଏଦିକୁ ଧରିବା ପାଇଁ ତନାଘନା ଜାରି ରଖିଛି

ସୁନ୍ଦରଗଡ଼ : ଜଣେ ହତ୍ୟା ମାମଲାରେ ଛନ୍ଦୀ ହୋଇ ବିଚାର ଧୀନ କଏଦୀ ଚିକିତ୍ସା ଧୀନ ଅବସ୍ଥାରେ ସୁନ୍ଦରଗଡ଼ ମୁଖ୍ୟ ଚିକିସ୍ୟାଳୟରୁ ଗତକାଲି ବିଳମ୍ବିତ ରାତ୍ରରେ ଜେଲ କର୍ମଚାରୀ ମାନଙ୍କୁ ଆଖିରେ କାଠର ଚଷମା ଲଗାଇ ଚୁନା କଥା ଲଗାଇ ଚକମାଦେଇ ଫେରାର ହୋଇ ଯାଇଥିବା ଘଟଣା ସମ୍ପକରେ ଜେଲ କତୃପକ୍ଷଙ୍କ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି | ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ତିନିଦିନ ତଳେ ଅର୍ଜୁନ ମୁଣ୍ଡା ନାମକ ଜଣେ କଏଦୀଙ୍କ ହାଇଡ୍ରୋସିଲ ଅପରେସନ ପାଇଁ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟରେ ଭର୍ତ୍ତି କରା ଯାଇଥିଲା ଏବଂ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇ ଚିକିତ୍ସିତ ହେଉଥିଲେ କିନ୍ତୁ ଗତକାଲି ବିଳମ୍ବିତ ରାତ୍ରରେ ଜେଲ କର୍ମଚାରୀଙ୍କୁ ଚକମା ଦେଇ କୁଆଡେ ଫେରାର ହୋଇ ଯାଇଛି କଏଦୀ ଜଣକ,ସେ ଭସ୍ମା ଥାନା ଅଞ୍ଚଳରେ ଗୋଟିଏ ହତ୍ୟା ମାମଲାରେ ବିଚାର ଧୀନ କଏଦି ଭାବେ ସୁନ୍ଦରଗଡ଼ ଜେଲରେ ଥିଲେ ଆଜି ଘଟଣା ବିଷୟରେ ଜେଲ କତୃପକ୍ଷଙ୍କ ପକ୍ଷରୁ ଟାଉନ ଥାନାରେ ଏତଲା ଦେବାପରେ ପୋଲିସ ବିଭିନ୍ନ ସ୍ଥାନରେ କଏଦୀଙ୍କୁ ଧରିବା ପାଇଁ ଯୋଜନା ଏବଂ ଉଦ୍ୟମ ଚଳାଇଛି | ହେଲେ ଏଠାରେ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହେଉଛିଯେ ରାଜ୍ୟ ସରକାରଙ୍କ ଅଧୀନରେ ରହିଥିବା ଡିଜିପ୍ରିଜ଼ନ ବିଭାଗ ପକ୍ଷରୁ କାର୍ଯ୍ୟାରତ ଜେଲ କର୍ମଚାରୀ ମାନଙ୍କୁ ମୋଟା ଅଙ୍କର ଦରମା ପ୍ରଦାନ କରୁଥିବା ସ୍ୱତ୍ପେ କେଉଁ ପ୍ରକାର ହିଙ୍ଗୁ କଏଦୀ ଜଣକ ଜେଲ କର୍ମଚାରୀ ମାନଙ୍କୁ ସୁଂଘାଇଲା ଏବଂ ଚକମା ଦେଇ ଫେରାର ହେଲା ତାହା ବର୍ତମାନ ଜେଲ କର୍ମଚାରୀ ମାନଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏଠାରେ ଉଙ୍କି ମାରିବା ସ୍ୱାଭାବିକଯେ କଏଦୀକୁ ଜଗିବା ପାଇଁ ନିୟୋଜିତ ଥିବା ଜେଲ କର୍ମଚାରୀ ମାନଙ୍କ କଏଦୀଙ୍କ ସହ କେଉଁ ମଧୁଚନ୍ଦ୍ରିକା ଭାବ ରହିଥିଲାଯେ ଗୋଟିଏ ହତ୍ୟା ମାମଲାରେ ଛନ୍ଦୀ ହୋଇଥିବା କଏଦୀ ଫେରାର ହୋଇଗଲା ତାହା ଜିଲ୍ଲାର ଜ୍ଞାନୀଗୁଣି, ଆଇନଯିବି, ସଚେତନତା ନାଗରିକ ସଙ୍ଘ ସହ ଜିଲ୍ଲାର ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି | ଅପର ପକ୍ଷରେ ଦେଖିବା ପାଇଁ ଗଲେ ଜିଲ୍ଲା ପୋଲିସ ବିଭାଗ ଘଟଣାକୁ ଗୁରୁତ୍ୱପୁର୍ଣ ଭାବରେ ଧ୍ୟାନ ଦେବା ସହ କଏଦୀ ଜଣକ ପୋଲିସ ହାତରେ ଧରାନପଡିବା ଯାଏଁ ଭସ୍ମା ଥାନା ଅଞ୍ଚଳରେ ଯେଉଁ ହତ୍ୟା ଘଟାଇଥିଲା ଏବଂ ହତ୍ୟାରେ ଯେଉଁ ପରିବାର ସଦସ୍ୟଙ୍କ ଜୀବନ ଚାଲି ଯାଇଥିଲା ସେହି ପରିବାର ବର୍ଗକୁ ଅତିଶୀଘ୍ର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉ କିଏ କହିପାରେ କିଛି ଅଘଟଣନ ଘଟିପାରେ ବୋଲି ଜିଲ୍ଲାର ସାଧାରଣ ଜନସାଧାରଣ ମତବ୍ୟକ୍ତ କରିଛନ୍ତି |

Leave A Reply

Your email address will not be published.