କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡା ରୁ ନର୍ଲା କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ପାଖାପାଖି ୧୨ କିମି ଦୂର ରାସ୍ତା ପ୍ରଶସ୍ତିକରଣ ପାଇଁ ରାଜ୍ୟ ସରକାର ଗତ ୧୩.୦୪.୨୩ ଓ ୨୯.୧୦.୨୨ ରେ ଏମେଏସ ବିକେ କଂଷ୍ଟ୍ରକ୍ସନ ନାମକ ଏକ ଠିକା ସଂସ୍ଥା ଟେଣ୍ଡର ପାଇଛନ୍ତି ଏହାର ଆନୁମାନିକ ଅଟକଳ ମୂଲ୍ୟ ୬ କୋଟି ୬୩ ଲକ୍ଷ ୨୧ ହଜାର ୬୮୩ ଟଙ୍କା ଥିବା ପ୍ରାପ୍ତ ସୂଚନା ରୁ ଜଣାପଡିଛି କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଟେଣ୍ଡର ପାଇଥିବା ଠିକା ସଂସ୍ଥା କାର୍ଯ୍ୟ ଟିକୁ ନିଜେ ନ କରି ଭବାନୀପାଟଣା ର ଏକ କଳା ତାଲିକା ଭୁକ୍ତ ଠିକାଦାର ଙ୍କୁ ପେଟି କଣ୍ଟ୍ରାକ୍ଟର ଭାବରେ କର୍ଯ୍ୟଟିକୁ ଦାୟିତ୍ଵ ନ୍ୟସ୍ତ କରିଛନ୍ତି ଫଳରେ ଉକ୍ତ ପେଟି କଣ୍ଟ୍ରାକ୍ଟର ସମସ୍ତ ସରକାରୀ ନୀତି ନିୟମ କୁ ଖୋଲାଖୋଲି ଉଲଂଘନ କରୁଛନ୍ତି ଏବଂ ଏଷ୍ଟିମେଣ୍ଟ ମୁତାବକ କାମ ନ କରି ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି କାରଣ ରୋଡ ର ଦୁଇ ପାର୍ଶ୍ଵରେ ପାଞ୍ଚ ପାଞ୍ଚ ମିଟର ନାଳି ଖୋଳି ବାଲି ପଥର ଗୁଣ୍ଡ ଯେତିକି ଦେବା କଥା ସେତିକି ନ ଦେଇ ମାଟି ଭର୍ତି କରିଦେଇ ଅଳ୍ପ ପରିମାଣର ବାଲି ଓ ପଥର ଗୁଣ୍ଡ ଦେଇ ରୋଳର ଚଲେଇ ଲକ୍ଷ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ଏଭଳିକି ପୁରୁଣା ଭଙ୍ଗା ଦଦରା ହୋମ ପାଇପ ଗୁଡ଼ାକ ପୋଲ କାର୍ଯ୍ୟରେ ଲଗାଇ ନିମ୍ନ ମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି ଏବଂ ଅନେକାଂଶରେ ବିଭିନ୍ନ କାର୍ଯ୍ୟରେ ଲାଗୁଥିବା ଚିପସ୍,ମେଟାଳ,ବାଲି, ମୁରୁମ, ରଡ, ସିମେଣ୍ଟ ଇତ୍ୟାଦି ବହୁ ନିମ୍ନ ମାନର ବ୍ୟବହୃତ କରାଯାଇଥିବା ଅଭିଯୋଗ ହୋଇଆସୁଅଛି କାରଣ ଏହି କୋଟି କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ରାସ୍ତା କାର୍ଯ୍ୟକୁ ବିଭାଗୀୟ ଜେଇ ମାନେ ଅକାଳ ବାବାଜୀ ସକାଳ ଦେଖା ମାସକରେ ଦିନେ ଅଧେ ଦେଖା ଦେଇଥାନ୍ତି ଏବଂ ଠିକା ପାଇଥିବା ସଂସ୍ଥା କେବେହେଲେ ଦେଖା ଦିଅନ୍ତି ନାହିଁ ତେଣୁ ପେଟି ଠିକାଦାର ଜଣକ ମନଇଚ୍ଛା କାମ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିବା ରେ ବ୍ୟସ୍ତ ରହୁଛନ୍ତି | ଏଣୁ ଏଭଳି ଏକ ମହା ଦୁର୍ନୀତି ର ଅନୁସନ୍ଧାନ ପାଇଁ ରାଜ୍ୟ ସ୍ତରୀୟ ଏକ ବୈଷୟିକ ଟିମ ଗଠନ କରାଯାଇ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୁର୍ନୀତି ରେ ଲିପ୍ତ ଥିବା ଠିକାଦାର ଓ ଯନ୍ତ୍ରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି
Sign in
Sign in
Recover your password.
A password will be e-mailed to you.
Prev Post