ନର୍ଲା : କଳାହାଣ୍ଡି ଜିଲ୍ଲା ର ପାଞ୍ଚ ଗୋଟି ବିଧାନସଭା ଆସନ ରୁ ଚାରିଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନର୍ଲା ଆସନ ଗୋଟି ଅନେକ ବିବାଦୀୟ କାରଣ ହେତୁ ସ୍ଥଗିତ ରହିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି ଅନ୍ୟ ପକ୍ଷରେ ବିଜେପି ମଧ୍ୟ ନର୍ଲା ଆସନ ରେ ଜଣେ ବରିଷ୍ଠ ନେତୃତ୍ୱ ସାଙ୍ଗଠାନିକ ଭେଟରାନ ରାଜନେତା କୁ ମଇଦାନ କୁ ଓହ୍ଲାଇବା ପାଇଁ ସଜବାଜ କରୁଥିବା ସୂଚନା ମିଳିଛି ଏହି ଆସନ ପାଇଁ ବିଜେପି ରୁ ଅନିରୁଦ୍ଧ ପଧାନ, ପ୍ରଦୀପ ନାଏକ , ଆର୍ତ୍ତତ୍ରାଣ ମହାପାତ୍ର, ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ତାଜା ଖବର ଅନୁଯାୟୀ ସାଂସଦ ଟିକେଟ କଟିଥିବା ବସନ୍ତ ପଣ୍ଡା ଓ ବିଜେଡି ରୁ ଇସ୍ତଫା ଦେଇ ବିଜେପି ରେ ସାମିଲ ହୋଇଥିବା ପୂର୍ବତନ ବିଧାୟକ ଧନେଶ୍ଵର ମାଝିଙ୍କୁ ମଧ୍ୟ ବିଜେପି ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମଇଦାନ ରେ ଚର୍ଚ୍ଚା ହେଉଛି ଏଭଳି ଘଡିସନ୍ଧୀ ମୁହୂର୍ତ୍ତ ରେ କଂଗ୍ରେସ ଦଳ ପକ୍ଷରୁ ନର୍ଲା ର ସମୀର କୁମାର ଚାନ୍ଦ ନର୍ଲାରୁ ଟିକେଟ ମିଳିବା ଆଶାରେ ତାଙ୍କର ଫିଲ୍ଡ ସେଟିଂ ଥିବା ନିକଟତମ କର୍ମୀ ଓ ନେତା ମାନେ ପ୍ରକାଶ କରିଥିବା ବେଳେ କଳାହାଣ୍ଡି ର ବରିଷ୍ଠ ଟାଣୁଆ କଂଗ୍ରେସ ନେତା ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ମଧ୍ୟ ଅଚାନକ ନର୍ଲା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବା ଘୋଷଣା କରିସମସ୍ତ ଦଳର ଆଶାୟୀ ପ୍ରାର୍ଥୀ ଙ୍କ ହୃଦ୍ ସ୍ପନ୍ଦନ ବଢେଇ ଦେଇଥିବା ବେଳେ କଂଗ୍ରେସ ଦଳରେ ମଧ୍ୟ ସ୍ଥାନୀୟ ପ୍ରାର୍ଥୀତ୍ବ ପ୍ରତି ଅନେକ ଦଳୀୟ ନେତା ମତ ରଖୁଥିବାରୁ ଭକ୍ତ ଙ୍କ ପ୍ରତି ଦ୍ଵନ୍ଦ ଓ ବିରୋଧ ବଢିବାର ସମ୍ଭାବନା କୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତ ପ୍ରକାଶ ପାଇଛି ଏବଂ ବାରମ୍ବାର ପରାଜୟ ବରଣ କରିଥିବା ଭକ୍ତ ବାବୁ ଦୀର୍ଘ ତିରିଶ ବର୍ଷ ତଳେ ନର୍ଲା ବିଧାନସଭା ଆସନ କୁ ଆଖି ପକେଇଥିବାରୁ ନର୍ଲା ରେ ହେବିୱେଟ୍ ଲଢେଇ ହେବା ସଙ୍ଗେ ସଙ୍ଗେ ବଜେଡିରୁ ଟିକେଟ ନ ମିଳିଲେ କିଛି ଅସନ୍ତୁଷ୍ଟ ସ୍ଥାନୀୟ ନେତା ଶ୍ରୀ ଦାସ ଙ୍କ ସପକ୍ଷରେ ଯାଇପାରନ୍ତି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି
Sign in
Sign in
Recover your password.
A password will be e-mailed to you.