ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଡ଼ମ୍ବସରା ଉଚ୍ଚ ବିଦ୍ୟାଳୟର ପକ୍ଷଘାତ ଦିବ୍ୟାଙ୍ଗ କ୍ରୀଡା ଶିକ୍ଷକ ସୁରେନ୍ଦ୍ର କୁମାର ନାୟକଙ୍କୁ ନିର୍ବାଚନ ଦାୟିତ୍ୱ ଦେବା ଘଟଣା ଆଶ୍ଚର୍ଯ୍ୟ କରିଛି। ଶିକ୍ଷକ ସୁରେନ୍ଦ୍ର ଠିକ ରୂପେ ଠିଆହୋଇ କଥା ହୋଇପାରୁନଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ଆଉ ଜଣଙ୍କ ସହାୟତା ନେବାକୁ ପଡୁଛି। ସେହିଭଳି ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ପରିବାର ଲୋକ ଚିନ୍ତାରେ ପଡିଛନ୍ତି। ନିର୍ବାଚନ ଦାୟିତ୍ୱରୁ ଅବ୍ୟାହିତି ପାଇଁ ନିବେଦନ କରିବାକୁ ଆଜି ନିଜ ସ୍ତ୍ରୀ ସହାୟତାରେ ପକ୍ଷଘାତ ଶିକ୍ଷକ ସୁରେନ୍ଦ୍ର ନାୟକ ଉପ ଜିଲ୍ଲାପାଳଙ୍କୁ ଭେଟିବାକୁ ତାଙ୍କ କାର୍ଯ୍ୟଳୟକୁ ଯାଇଥିଲେ। ତେବେ ଉପଜିଲ୍ଲାପାଳ କୀରଣଦୀପ କୌର ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ ଉପଜିଲ୍ଲାପାଳ କିଛି କରିପାରିବେନାହିଁ ଜିଲ୍ଲାପାଳଙ୍କୁ ଭେଟିବାକୁ ପରାମର୍ଶ ଦେଇ ପଠାଇଦେଇଥିଲେ। ସେମାନେ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ ଜଣାଇବାକୁ ରାୟଗଡା ଯିବାକୁ ପଡ଼ିବ। ସୂଚନାଯୋଗ୍ୟ କୋରନା ସମୟରେ ଶିକ୍ଷକ ସୁରେନ୍ଦ୍ର ନାୟକଙ୍କୁ ପକ୍ଷଘାତ ହୋଇ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ଦୀର୍ଘ ଦିନ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ବିଶେଷ ଉନ୍ନତି ହୋଇନାହିଁ। ପ୍ରଥମରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାମ ପଠାଇନଥିଲେ ଏହିଭଳି ହଇରାଣ ହେବାକୁ ପଡିନଥାନ୍ତା।
Sign in
Sign in
Recover your password.
A password will be e-mailed to you.