ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମପଞ୍ଚାୟତ ଅର୍ନ୍ତଗତ ବୁଢୀମାଲ ଗ୍ରାମଠରେ କଂସ ବଧ ସହ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି। ପାଞ୍ଚଦିନ ଧରି ଚାଲିଥିବା ଏହି ଉତ୍ସବରେ ଚୋବିଶି ପ୍ରହରୀ ନାମଯଜ୍ଞ, କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କଂସ ଦରବାରକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିଲେ। ପୂଜକ ମାନଙ୍କ ଦ୍ବାରା ପୂଜାକାର୍ଯ୍ୟ ସହ ବେଦପଠନ କରାଯାଇଥିଲା।ଗ୍ରାମର ଗୌନ୍ତିଆ ଗୁଣନିଧି ପଟେଲ,ଧିରକର ପଟେଲ,ଆଶିଷ ପଟେଲ,ବଂଶିଧର ପଟେଲ,ଗୌରାଙ୍ଗ ପଟେଲ, ସଂଜିବପ୍ରସାଦ ସାହୁ,ପିଙ୍କୁ ପଟେଲ, ଦେବରାଜ ପଟେଲ,କିଶୋର ପଟେଲ, ରବି ସେଠ,ଜୀବର୍ଦ୍ଧନ ଭୋଇ,ନିତ୍ୟାନନ୍ଦ ପଟେଲ, ଜୟପ୍ରକାଶ ପଟେଲ, ବିକାଶ ପଟେଲ, ହୀରା ପଟେଲ, କ୍ଷମାସାଗର ପଟେଲ ସହ ପତ୍ନୀ କର୍ତ୍ତା ଦାୟୀତ୍ବ ତୁଲାଇଥିଲେ।କଂସ ଭୂମିକାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଗ୍ରାମର ଅବସର ପ୍ରାପ୍ତ କାର୍ଯ୍ୟନିର୍ବାହୀ ଜିଲ୍ଲା ସମବାୟ ବ୍ୟାଙ୍କ ଅଫିସର ରବିନ୍ଦ୍ର କୁମାର ସାହୁ, କୃୃଷ୍ଣ ଭୂମିକାରେ ଗାଇସିଲଟ ବ୍ଲକ ସାଉତଖଣ୍ଡି ର ରୋଜି ସାହୁ,ବଲରାମ ଭୂମିକାରେ ପୂଜା ସାହୁ, ରାଧା ଭୂମିକାରେ ସଙ୍ଗିତା ସାହୁ ଅଭିନୟ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ। ଉଦଯାପନୀ କଂସ ଦରବାରରେ ଶିକ୍ଷକ ନବୀନ ଦାଶ ମଞ୍ଚ ପରିଚାଳନା କରିଥିଲେ l ଶିକ୍ଷାବିତ ଚନ୍ଦ୍ରମଣି ସାହୁଙ୍କ ସଭାପତିତ୍ବରେ ଦରବାର ରେ ଅତିଥି ଭାବେ ରାଜୁ ଘିବେଲା , ଆଦିବାସୀ ଉନ୍ନୟନ ସ୍ବତନ୍ତ୍ର ପରିଷଦ ଜିଲ୍ଲା ଉପାଧ୍ୟକ୍ଷ ଜୀବର୍ଦ୍ଧନ ଭୋଇ ଓ ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ନିଲୁ ଝାଙ୍କର ମଞ୍ଚାସିନ ଥିଲେ। ଉଦଯାପନୀ ଉତ୍ସବ କଂସ ଦରବାରେ କଂସ ଭୂମିକାରେ ଅଭିନୟ କରୁଥିବା ରବିନ୍ଦ୍ର କୁମାର ସାହୁ, ମଞ୍ଚ ସଭାପତି ଶିକ୍ଷାବିତ ଚନ୍ଦ୍ରମଣି ସାହୁ, ମଞ୍ଚ ପରିଚାଲକ ଶିକ୍ଷକ ନବୀନ ଦାଶଙ୍କୁ ଗ୍ରାମବାସୀ ମାନଙ୍କ ତରଫରୁ ମାନପତ୍ର ସହ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା। ଉତ୍ସବର ପ୍ରତ୍ୟେକ ଦିନ ଗ୍ରାମବାସୀ ସହ ଗ୍ରାମର ପଙ୍କଜ ପଟେଲ, ରବିନ୍ଦ୍ର ପଟେଲ, ଧିରକର ପଟେଲ, ସ୍ବଦେଶ ସାହୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରିଥିଲେ। ଦ୍ବିପହରରେ ଉତ୍ସବର ସମସ୍ତ ଦିନ ପାରାୟଣ ଗାନ କରାଯାଇଥିଲା।ଉତ୍ସବରେ ନିମତ୍ରିତ ଅତିଥୀଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କଂଗ୍ରେସ ଦଳ ଯୁବସଂଗଠକ ଟଙ୍କଧର ସାହୁ, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଜିଲ୍ଲାପରିଷଦ ସଦସ୍ୟା ପୂର୍ଣିମା ରଣା ପ୍ରମୁଖ ଯୋଗଦେଇଥିଲେ।ପ୍ରତ୍ୟେକ ଦିନ ମୀନାବଜାର, କଂସ ଦରବାରରେ ହଜାର ହଜାର ଦର୍ଶକ ମାନଙ୍କର ଭିଡ ଦେଖିବାକୁ ମିଲୁଥିଲା।ଗ୍ରାମର ଯୁବ ସମାଜ ପାଞ୍ଚ ଦିନ ଧରି ଚାଲୁଥିବା ଉତ୍ସବରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post