ଆପ ପକ୍ଷରୁ ଉପବାସ ପ୍ରତିବାଦ

0

ଇଡି ଦ୍ଵାରା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ ଏବଂ ଗଣତନ୍ତ୍ର ରକ୍ଷା ଦାବିରେ ଭୁବନେଶ୍ଵର ସହିତ ରାଜ୍ୟର ସମସ୍ତ ଜିଲ୍ଲା ତଥା ବିଧାନ ସଭା କ୍ଷେତ୍ରରେ ଆପ୍ କର୍ମୀଙ୍କ ଏକ ଦିବସୀୟ ଉପବାସ ।

ଭୁବନେଶ୍ୱର: ଇଡି ଦ୍ଵାରା ଦିଲ୍ଲୀର କେଜରିୱାଲ ଙ୍କ ଗିରଫର ପ୍ରତିବାଦରେ ଏବଂ ଗଣତନ୍ତ୍ର ରକ୍ଷା ଦାବିରେ ରାଜଧାନୀରେ ଆପ୍ ପକ୍ଷରୁ ଉପବାସ ଭୁବନେଶ୍ଵର ସହିତ ରାଜ୍ୟର ସମସ୍ତ ଜିଲ୍ଲା ତଥା ବିଧାନ ସଭା କ୍ଷେତ୍ରରେ ଆଜି ଆପ୍ କର୍ମୀଙ୍କ ଏକ ଦିବସୀୟ ଉପବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ତା୨୧.୦୩.୨୪ ରାତି ୭.୩୦ ଘଟିକା ସମୟ ରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ରେ ଗତ ଦୁଇ ବର୍ଷ ଧରି ଇଡି ଦ୍ଵାରା ଯାଞ୍ଚ ଚାଲିଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ। ମାତ୍ର ନିର୍ବାଚନ ପୂର୍ବରୁ ଯେତେବେଳେ କି ଦେଶରେ ନିର୍ବାଚନ ଆଦର୍ଶ ଆଚାର ସଂହିତା ଲାଗୁଅଛି ସେତେବେଳେ କିଭଳି ଜଣେ ଜାତୀୟ ଦଳର ମୁଖ୍ୟ ଏବଂ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଗଲା ତାହା ଦେଶବାସୀଙ୍କୁ ଚକିତ କରିଛି। ନିର୍ବାଚନୀ ବଣ୍ଡ ର ଖୁଲସା ପରେ ସମ୍ପୂର୍ଣ୍ଣ ଟଙ୍କା କାରବାର ଚେର ବିଜେପି ଆଡ଼କୁ ଯାଉଥିଲା ବେଳେ ଅରବିନ୍ଦ କେଜରିୱାଲ ଙ୍କୁ ଗିରଫ କରିବା ଗଣତନ୍ତ୍ର ପ୍ରତି ଉପହାସ। ନିର୍ବାଚନ ପୂର୍ବରୁ ସମସ୍ତ ବିରୋଧୀ ଦଳ ଉପରେ ଇଡି ଏବଂ ସିବିଆଇ ର ଚଢାଉ, ଆଜି ମୁକ୍ତ ଏବଂ ଅବାଧ ନିର୍ବାଚନ ହେବା ନେଇ ସଂଶୟ ସୃଷ୍ଟି ହୋଇଛି। ଗଣତନ୍ତ୍ରର ମୂଳ ନିର୍ବାଚନ ଯେତେବେଳେ ସମସ୍ତ ଦଳ ପାଇଁ ସମାନ ନୁହେଁ, ସେ କ୍ଷେତ୍ରରେ ଗଣତନ୍ତ୍ର ର ମର୍ଯ୍ୟାଦା କିପରି ରହିପାରିବ? ଯେଉଁ ଗଣତନ୍ତ୍ର କୁ ପାଇବା ପାଇଁ ଦେଶ ଦୀର୍ଘଦିନ ଧରି ସଂଗ୍ରାମ କରିଥିଲା ସେହି ଗଣତନ୍ତ୍ରକୁ ବିଜେପି, ମୋଦି ଏବଂ ସାହା ଙ୍କ ନେତୃତ୍ୱରେ ହତ୍ୟା କରିବାକୁ ବସିଛି। ଦେଶକୁ ବିରୋଧୀ ଶୂନ୍ୟ କରି ସମସ୍ତ କ୍ଷମତା ନିଜ ପାଖରେ କେନ୍ଦ୍ରୀଭୂତ କରିବାକୁ ଯାଉଛନ୍ତି । ଦେଶରେ ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିରୋଧୀ ଦଳ ର ନେତା ମାନଙ୍କ ବିରୋଧ ରେ ଇଡି ସିବିଆଇ ଲଗାଇ ଭୟଭୀତ କରାଯାଉଛି ବୋଲି କହିଛନ୍ତି ଆପ୍, ଓଡ଼ିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର।ଗଣତନ୍ତ୍ରର ସୁରକ୍ଷା ଏବଂ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ ସାରା ରାଜ୍ୟରେ ଆଜି ଆମ୍ ଆଦ୍‌ମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏକ ଦିବସୀୟ ଉପବାସ କରୁଛନ୍ତି.। ରାଜ୍ୟ ରାଜଧାନୀ ଭୁବେନେଶ୍ବର, ମାଷ୍ଟର କାଣ୍ଟିନ୍ ଠାରେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଏହି ଉପବାସ ରେ ସାମିଲ ହୋଇଛନ୍ତି।
ରାଜ୍ୟ ସଭାପତିଙ୍କ ସହ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସୁଭାଷିଷ ସ୍ୱାଇଁ, ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ସୁନୀଲ ଷଡଙ୍ଗୀ, ଲଲିତ ମୋହନ ଦାସଅଧିକାରୀ, ଅମିୟ ଶର୍ମା, ସୋମନାଥ ରାଉତଏବଂ ସଞ୍ଜୟ କେତନ ନାଏକ ପ୍ରଭୃତି ଉପସ୍ଥିତ ଥିଲେ।

Leave A Reply

Your email address will not be published.