ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ସାରସକଣା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା +୨ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ପାରମ୍ପରିକ ଭାବେ ମହାବିଦ୍ୟଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧ ଦେବ କର ଉଦଘାଟନ କରିଥିବା ବେଳେ ବାରିପଦା ରକ୍ତଭଣ୍ଡାରର ଡ଼ଃ ନିଲେସ ଦାସଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆଦଳ ସକାଳ ୧୦ଘଟିକା ସମୟରେ ରକ୍ତ ସଂଗ୍ରହ କାର୍ଯକ୍ରମ କରିଥିଲେ ।ଅଧକ୍ଷ ଡ଼ଃ ବୁଦ୍ଧ ଦେବ କର ଓ ଡ଼ଃ ଅଶୋକ ଶର୍ମା ପ୍ରଥମ ଓ ଦ୍ୱିତୀୟ ରକ୍ତଦାତା ଭାବେ ରକ୍ତଦାନ କରିଥିବା ବେଳେ +୨ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ,ଗଣ ମାଧ୍ୟମ ପ୍ରତିନିଧି ବାସୁଦେବ ପତ୍ର ,ସମାଜସେବୀ ଦେବାଶିଷ ଖଟୁଆ,ବ୍ରହ୍ମପୁର ଭେଷଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରୀ ଅଭ୍ୟର୍ଥନା ପଟ୍ଟନାୟକ ଶେଷ ରକ୍ତଦାତା ଭାବରେ ରକ୍ତଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଅଶୋକ ପୃଷ୍ଟି,ମଳୟ କୁମାର ନାୟକ ,ବାସୁଦେବ ପତ୍ର,ଦିପୁ ମହାପାତ୍ର ,ମୋହିତ କୁମାର ମଣ୍ଡଳ,କ୍ଷୀରୋଦ ଦାସ ,ଡ଼ଃ ଅଭ୍ୟର୍ଥନା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ସମଗ୍ର କାର୍ଯ୍ୟକ୍ରମଟି ଅଧ୍ୟକ୍ଷ ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା ବେଳେ ଏନ,ସି,ସି ଲେଫ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତ,ପ୍ରୋଗ୍ରାମ ଅଫିସର ଶିଶିର ପଟ୍ଟନାୟକ ,କ୍ରୀଡା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁ କାର୍ଯ୍ୟକ୍ରମଟିକୁ ସଙ୍ଗଠିତ ରୂପ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜରୁରୀ କାଳୀନ ଭିତ୍ତିରେ ଆୟୋଜିତ ରହି ଶିବିରରେ ମୋଟ ୩୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଵା ଜଣାପଡ଼ିଛି।ଅଧ୍ୟାପିକା,ଧରିତ୍ରୀ ବେହେରା,ସୁଜାତା ମହାନ୍ତ,+୩ପ୍ରୋଗ୍ରାମ ଅଫିସର ଶରତ ପଢି ଆରୀ ,ଆରତୀ ହୋ ,ସୂଚୀ ସ୍ମିତା ପାଲ ସ୍ବେଛାସେବୀ ଶୁଭମ କଲିଆ,ଆୟୁଷ,ମୋହିତ,ଭଗବାନ,ଅମିତ,ଶିବାଜୀ,ସାଇ,ସମୀକ୍ଷା,ବନିତା,ଆଦି କାର୍ଯ୍ୟକ୍ରମ କୁ ସଫଳ ରୂପ ପ୍ରଦାନ କରିବାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.