ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍‌ଜା

0

ଭୁବନେଶ୍ବର : ଭାରତୀୟ ପୁ‌ରୁଷ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ହକି ପିଚ୍‌ରେ ହିଁ ପ୍ୟାରିସ୍‌ରେ ଟୋକିଓ ଅଲିମ୍ପିକ୍ସ ସଫଳତାକୁ ଟପିଯିବାକୁ ଶୁଭକାମନା ଦିଆଯାଇଛି। ଭୁବନେଶ୍ବରର କଳିଙ୍ଗ ହକି କଂପ୍ଲେକ୍ସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧିନାୟକ ହର୍ମନପ୍ରୀତ୍ ସିଂହ, ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍‌ ଓସ୍‌ଜାର ଏହି ଶୁଭେଚ୍ଛାକୁ ପ୍ରଶଂସା କରିବା ସହ ପ୍ୟାରିସ୍‌ ଆହ୍ବାନକୁ ଗ୍ରହଣ କରି ଆଗକୁ ବଢ଼ିବେ ବୋଲି ପ୍ରକାଶ କରିଥିଲେ।

ଏହି ଅବସରରେ କ୍ରୀଡ଼ା ସାମ୍ବାଦିକଙ୍କ ସହ ଅନ୍ତରଙ୍ଗ ଆଳାପ କରିଥିଲେ ଦଳର ଏକମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ। ଓସ୍‌ଜାର ସଭାପତି ସନ୍ଦୀପ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂବିତ ମହାପାତ୍ର, ସୁରେଶ ସ୍ବାଇଁ, ନିରଂଜନ ରେଡ୍ଡୀ, ପ୍ରତାପ ପ୍ରଧାନ, ଶକ୍ତି ପ୍ରସାଦ ନନ୍ଦ, ଚକ୍ରଧର ମାଝି, ସୁଜିତ କୁମାର ସ୍ବାଇଁ, ତନ୍ମୟ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଫୁଲତୋଡ଼ା ଓ ଛେନାପୋଡ଼ ଦେଇ ଶୁଭକାମନା ଜଣାଇଥିଲେ।

Leave A Reply

Your email address will not be published.