ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭବାନୀପାଟଣା , ନର୍ଲା ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀପାଇଁ ଅବସ୍ଥାପିତ ଷ୍ଟ୍ରଙ୍ଗ ରୁମ,ଭୋଟ ଗଣତି କେନ୍ଦ୍ର ,ନିର୍ବାଚନ ବିତରଣ ଓ ସଂଗ୍ରହଣ କେନ୍ଦ୍ର ପରିଦର୍ଶନ

0

ଭବାନୀପାଟଣା:ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ କଳାହାଣ୍ଡି ଜିଲ୍ଲା ଗସ୍ତ ରେ ଆସି ସମିକ୍ଷା ବୈଠକ ପୂର୍ବକ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ରେ ଭବାନୀପାଟଣା, ନର୍ଲା ଓ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ପାଇଁ ଅବସ୍ଥାପିତ ଷ୍ଟ୍ରଙ୍ଗ ରୁମ,ନିର୍ବାଚନ ବିତରଣ ଓ ସଂଗ୍ରହଣ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଜିଲ୍ଲା ପ୍ରଶାସନ ଦ୍ବାରା ନିଆଯାଇଥିବା ପ୍ରସ୍ତୁତିକୁ ଦେଖି ସନ୍ତୋଷ ପ୍ରକାଶ ସହ ବିଭିନ୍ନ ବିଷୟରେ ସମ୍ବାବ୍ୟ ଅସୁବିଧାକୁ ହୃଦୟଙ୍ଗମ କରି ଅଧିକ ଯତ୍ନବାନ ହେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆର୍ ଡି ସି ( ସମ୍ବଲପୁର) ଶ୍ରୀକାନ୍ତ ପୃଷ୍ଟି,ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ପ୍ରସାଦ ମହାନ୍ତି,ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ଚରଣ ସିଂ ମୀନା,କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ନୂଆପଡ଼ା ଜିଲ୍ଲାପାଳ ହେମନ୍ତ କୁମାର ସା,କଳାହାଣ୍ଡି ଏସ ପି ଅଭିଳାଷ ଜି, ନୂଆପଡ଼ା ଏସ ପି ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର,ସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଓ ତନ୍ମୟ ଦରୱାନ ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା ଓ ଭବାନୀପାଟଣା ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.