ଭାଲୁ ଆକ୍ରମଣରେ ଯୁବକ ଗୁରୁତର

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୮/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଞ୍ଚଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବନ୍ଧକନା ଗ୍ରାମ ର ଜଣେ ଯୁବକ ଜଙ୍ଗଲ ରେ ମହୁଲ ଗୋଟାଇ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ଯୁବକ ଜଣକ ବନ୍ଧକନା ଗ୍ରାମ ର ତ୍ରିନାଥ ମୁଦୁଲି (୩୦) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଆଜି ବନ୍ଧକନା ଗ୍ରାମ ର ତ୍ରିନାଥ ମୁଦୁଲି ( ୩୦) ଆଜି ସକାଳ ୧୦ ଘଣ୍ଟ ସମୟରେ ଗ୍ରାମ ନିକଟ ଜଙ୍ଗଲ କୁ ମହୁଲ ଗୋଟାଇ ବାକୁ ଯାଇଥିଲେ। ତେବେ ଜଙ୍ଗଲ ରେ ମହୁଲ ଗୋଟାଇବା ସମୟରେ ଅତର୍କିତ ଏକ ଭାଲୁ ତ୍ରିନାଥ ଙ୍କୁ ଆକ୍ରମଣ କରିଥିଲା। ତ୍ରିନାଥ ଙ୍କ ବାମ ହାତ ଓ ଛାତିରେ ଆକ୍ରମଣ କରି କାମୁଡି ଦେଇଥିଲା। ଏଥିରେ ରକ୍ତାକ୍ତ ତ୍ରିନାଥ ମୁଦୁଲି ଚିତ୍କାର କରିବାରୁ ଜଙ୍ଗଲି ଭାଲୁ ସେହି ସ୍ଥାନ ଛାଡି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା। ତେବେ ଭାଲୁ ଆକ୍ରମଣ ପରେ ତ୍ରିନାଥ ସେହି ସ୍ଥାନରେ ଅଚେତ୍ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତ୍ରିନାଥ ଙ୍କୁ ଉଦ୍ଧାର କରି ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ତ୍ରିନାଥ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.