ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୮/୦୩/୨୪ ନବ ନିଯୁକ୍ତ ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ଙ୍କୁ ଆଜି ଡାବୁଗାଁ ବିଜେପି ତରଫରୁ ଭବ୍ୟ ସ୍ଵାଗତ କରାଯାଇଛି। ନବରଙ୍ଗପୁର ସାଂସଦୀୟ କ୍ଷେତ୍ର ରେ ବିଜେପି ତରଫରୁ ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରାଯିବା ପରେ ଦଳୀୟ କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିବା ବେଳେ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ତାରିଣୀ ମନ୍ଦିର ଛକ ନିକଟରେ ଗାଡି ରୁ ପାଛୋଟି ନେଇଥିଲେ। ଏହି ଅବସରରେ” ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ କରାଯାଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଡିଜିଟାଲ ଭାରତ ସ୍ବପ୍ନ କୁ ସାକାର କରିବା ଉଦ୍ଦେଶ୍ୟରେ ଚାହା ର ବିଲ କୁ ଡିଜିଟାଲ ମାଧ୍ୟମରେ ପୈଠ କରିଥିଲେ। ଏହାପରେ ଦଳୀୟ କର୍ମୀ ମାନଙ୍କୁ ନରେନ୍ଦ୍ର ମୋଦି ଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟ କୁ ନିର୍ବାଚନ ସମୟରେ ପହଞ୍ଚାଇବା ସହ ସଚେତନ ପାଇଁ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୌରୀ ଶଙ୍କର ମାଝୀ, ଜିଲ୍ଲା ସମ୍ପାଦକ ଦେବଦାସ ମହାଙ୍କୁଡ଼, ଜିଲ୍ଲା ଯୁବ ବିଜେପି ସଭାପତି ଶୁଭଜିତ ପାଣିଗ୍ରାହୀ, ,ଜିଲ୍ଲା ସମ୍ପାଦକ ଗୋବିନ୍ଦ ଗୋପାଳ ଅଗ୍ରୱାଲ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜ ଶେଖର ରାଓ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତରା, ମନୋରମା ନାୟକ,ଲକିଚାନ୍ଦ ଭତରା,ଚନ୍ଦ୍ରଭାନୁ ନାୟକ, ୱାଇ ରାଜ ଶେଖର ଦୋରା, ମନୋଜ ପାତ୍ର, ନରେଶ ସିଂ, ଜି ସତ୍ୟା ରାଓ, ନୁରୁ ସିଂ, ମନବୋଧ ଭତରା, ଭୀମସେନ ଜେନା,ଯାଦବ ବିଶୋଇ, ରତନ କଲାର, ରଞ୍ଜିତ ମିର୍ଗାନ୍, ସୁନ୍ଦର ଭତରା, ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post