ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଚାଲିଥିବା ଦୋଳତ୍ସବ ପଞ୍ଚମ ଦିନରେ ଅର୍ଥାତ ଦୋଳ ପୂର୍ଣ୍ଣିମା ଦିନ ରାମ ସ୍ୱାମୀ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦ , କେଉଟ ସାହିର ଶ୍ରୀ ବାଲାଜୀ ଠାକୁର , ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ , ରାଜୁଗୁରୁ ସାହିର ରସିକରାଜ ଠାକୁର , ଚିତ୍ରକାର ସାହିର ରାଜଗୁରୁ ମଠରୁ ପ୍ରଭୁ ରାଧାଗୋବିନ୍ଦଙ୍କୁ ସୁସଜ୍ଜିତ ବିମାନରେ ବସାଇ ବିରାଟ ପଟୁଆରରେ , ଘଣ୍ଟ , ତାଳ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ , ବାଜା ବଜାଇ ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳ ମଣ୍ଡପକୁ ଅଣାଯାଇଥିଲା।
ଦୋଳ ଉତ୍ସବର ପଞ୍ଚମ ସଂଧ୍ୟାରେ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅତିଥି ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ର , ବିନୋଦ ଚନ୍ଦ୍ର ଜେନା , ଶ୍ରୀ ବିଚିତ୍ରାନନ୍ଦ ବେବତ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।
ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଞ୍ଚମ ସନ୍ଧ୍ୟାରେ ରାଜେନ୍ଦ୍ର ରଥଙ୍କ ସଂଯୋଜନାରେ ସ୍ଥାନୀୟ ଭକ୍ତି ସଂଗୀତ ସଂସଦର କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post