ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ଖପ୍ରଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବିଶ୍ଵ ଜଙ୍ଗଲ ଦିବସ ବନବିଭାଗ ସଭାଗୃହଠାରେ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନାଞ୍ଚଳ ଡେପୁଟି ରେଞ୍ଜର ସୁନିଲ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ପରିବେଶ କର୍ମୀ ଅଭୟ ତ୍ରିପାଠୀ, ସମ୍ମାନିତ ଅତିଥି ଫୁଲୁକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା, ବରିଷ୍ଠ ଖବରଦାତା ସୁଧାକର ଦାଶ, ଜ୍ୟୋତିରଞ୍ଜନ ପଣ୍ଡା, ଅଶୋକ ବାଗ ପ୍ରମୁଖ ଯୋଗଦେଇ ଜଙ୍ଗଲର ସଂରକ୍ଷଣ, ସୁରକ୍ଷା ଓ ପୁନଃଜନନ ଉପରେ ଆଲୋଚନା କରିବା ସହ ବନ୍ୟପ୍ରାଣୀ ଓ ପ୍ରାକୃତିକ ସମ୍ବଳ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବନପାଳ ଫକିର ବିଶ୍ଵାଳ, ବନରକ୍ଷୀ ମଞ୍ଜୁ କୁମ୍ଭାର, ଉମା ଭୋଇ, ପାରାବନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post