ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ସାଙ୍ଗଠନିକ ବୈଠକ।

0

ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: ସାବୁଳିଆ ଶ୍ରୀ ଦକ୍ଷିଣେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଖଲ୍ଲିକୋଟ ବ୍ଳକ୍ କଂଗ୍ରେସ ତରଫରୁ ପ୍ରାକ୍ତନ ବ୍ଳକ୍ ସଭାପତି ଶ୍ରୀ ମେଘନାଦ ଦଳାଇ ଙ୍କ ଆବାହକତ୍ବରେ ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ଶ୍ରୀ ରଵିନ୍ଦ୍ର ନାଥ ଶର୍ମାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା |
ଏ ଅବସରରେ ଖଲିକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ ତିନିଶହ ରୁ ଉର୍ଦ୍ଧ କର୍ମୀ ତଥା ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସାଙ୍ଗଠନିକ ବୈଠକ ଆଲୋଚନା ସମୟରେ , ପ୍ରାୟ ୩ ବର୍ଷ ରୁ ଉର୍ଦ୍ଧ ସାଙ୍ଗଠନିକ ଦାୟିତ୍ବରେ ଥିବା ବ୍ଳକ୍ ସଭାପତି ଶ୍ରୀ ମେଘନାଦ ଦଳାଇ ଙ୍କୁ ନଵ ନିଯୁକ୍ତ ଜିଲ୍ଲା ସଭାପତି, ଜିଲ୍ଲା କମିଟି ବାଦ୍ ଦେଇ ଥିବା ଯୋଗୁଁ କଂଗ୍ରେସ ଦଳର କର୍ମୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଵା ସହ ଶ୍ରୀ ମେଘନାଦ ଦଳାଇ ଙ୍କୁ ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ସଭାପତି ଭାବେ ପୁନଃ ନିଯୁକ୍ତି ଦେବାକୁ ବୈଠକରେ କର୍ମୀ ମାନେ ଦାବୀ କରିଥିଲେ। କଂଗ୍ରେସ ଦଳର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଶର୍ମା କର୍ମୀ ମାନଙ୍କ ଦାବିକୁ ଗ୍ରହଣ କରି ଥିଲେ ବୋଲି ଜଣାପଡିଛି। ଏବଂ ଶ୍ରୀ ମେଘନାଦ ଦଳାଇ ଙ୍କୁ ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ସଭାପତି ଭାବେ ପୁନଃ ନିଯୁକ୍ତି ଦେବାକୁ ବୈଠକରେ କର୍ମୀ ମାନଙ୍କୁ ଆଶ୍ଵାସନା ଦେଇ ଥିଲେ। ତା ସଙ୍ଗେ ସଙ୍ଗେ ଶ୍ରୀ ଶର୍ମା , ମେଘନାଦ ଦଳାଇ ଙ୍କୁ କହିଥିଲେ ଯେ ପୂର୍ବ ଭଳି ସାଙ୍ଗଠନିକ ଦାୟିତ୍ବନେଇ ଦଳକୁ ସୁଦୃଢ କରିବା ଉଚିତ। ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାର ଓ କେନ୍ଦ୍ରର ସରକାରଙ୍କ ଶାସନ ବିରୁଦ୍ଧରେ ଵିଶୋଦଗାର କରିଥିଲେ ବୋଲି ଜଣାପଡିଛି।
ଆସନ୍ତା ନିର୍ବାଚନ ପାଇଁ ୯ଗୋଟି ଗେରେଣ୍ଟି ଇସ୍ତାହାର ଉପରେ ଉପସ୍ଥିତ ଥିବା କଂଗ୍ରେସ କର୍ମୀ ତଥା ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ବୁଝାଇଥିଲେ। କଂଗ୍ରେସର ସଙ୍ଗଠନ ଆ‌ହୁରି ସୁଦୃଢ କରାଯିବ ବୋଲି ଶ୍ରୀ ମେଘନାଦ ଦଳାଇ ନିଜର ପ୍ରତିକ୍ରିୟା ରଖିଥିଲେ। ଉକ୍ତ ସାଙ୍ଗଠନିକ ବୈଠକ ରେ ଗଂଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ଶ୍ରୀ ରଵିନ୍ଦ୍ର ନାଥ ଶର୍ମା, ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ପ୍ରାକ୍ତନ ସଭାପତି ଶ୍ରୀ ମେଘନାଦ ଦଳାଇ, ପୂର୍ବତନ ଖଲ୍ଲିକୋଟ ଏନ୍ ଏ ସି ଚେୟାର ମେନ୍ ଶ୍ରୀ ବିଜୟ କୁମାର ସାହୁ, ପିସିସି ସଭ୍ୟ ଶ୍ରୀ ବିଶ୍ଵଜିତ ତରାଇ, ଶ୍ରୀ ମନମୋହନ ସାହୁ, ଶ୍ରୀ ଅଜୟ କୁମାର ପଣ୍ଡା ଶ୍ରୀ ଦୀନବନ୍ଧୁ ଅଧିକାରୀ, ଶ୍ରୀ ପ୍ରଭାତ କୁମାର ସାମନ୍ତରା , ଶ୍ରୀ ମତୀ ବନିତା ବେହେରା,ଭାଗ୍ୟ ନାହାକ ଓ ଶ୍ରୀ ଭାସ୍କର ସେଠୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.