କଂଗ୍ରେସ ମଙ୍ଗ ଧରିବେ ଅର୍ଚ୍ଚନା

0

ଜଗତସିଂହପୁର:ଗୋଳିଆ ଧରିଥିବା ବିଜେଡି ରାଜନୀତିର ଫାଇଦା ଉଠାଇବା ସହ ଜଗତସିଂହପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ସଂଗଠନର ନେତୃତ୍ବ ନେବାକୁ ମୁଣ୍ଡ ଟେକିଛନ୍ତି ପୌରାଧ୍ୟକ୍ଷା ଅର୍ଜନା ସିଂହ। ଏ.ଆଇ.ସିସି ଓ ପି.ସି.ସି ଅନୁମତି ଦେଲେ ସାଂଗଠନିକ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରାଯିବ ବୋଲି କହିଛନ୍ତି ଶ୍ରୀମତୀ ସିଂହ । ଏବେ ଜଗତସିଂହପୁର ନିର୍ବାଚନମଣ୍ଡଳୀ ରାଜନୀତି ଅସ୍ଥିର। ବିଜେଡି- ବିଜେପି ମେଣ୍ଟ ସମ୍ଭାବନା ଚର୍ଚ୍ଚା ଥମି ନଥିବାରୁ ବହୁ ନେତା ନିଜ ରଣନୀତିକୁ ନେଇ ଦୋଛକିରେ। ଏଣେ କଂଗ୍ରେସ ଛାଡ଼ିବେ ନା ଅନ୍ୟ ଦଳକୁ ଗ୍ରହଣ କରିବାର ନିଷ୍ପଭି ସଂପର୍କରେ ମୁହଁ ଖୋଲୁ ନାହାନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳ। ବିଜେଡି ଶିବିରରେ ଉଭୟ ଅମରେନ୍ଦ୍ର ଦାସ ଓ ବିଧାୟକ ପ୍ରଶାନ୍ତ ମୁ ଦୁଲି ମୁ ହାଁ ମୁହିଁ ହୋଇ ରହିଛନ୍ତି । ମେଣ୍ଟ କଥା ଉଠୁଥିବାରୁ ଜିଲ୍ଲା ବିଜେପି ସଭାପତି ତଥା ଏହି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟବ୍ରତ ମହାପାତ୍ର ମଧ୍ୟ ନିଜର ରାଜନୈତିକ ଗତିବିଧିକୁ ଅନେକାଂଶରେ ଧିମା କରି ଦେଇଛନ୍ତି। ଆଉ ଏହି ଅସ୍ଥିର ରାଜନୈତିକ ମଇଦାନରେ ଲମ୍ଫ ମାରିବାକୁ ଏବେ ଅଧିକ ଆଗ୍ରହ ଦେଖାଇଛନ୍ତି ଜଗତସିଂହପୁର ପୌରାଧ୍ୟକ୍ଷା ଶ୍ରୀମତୀ ସିଂହ । କିଛି ମାସ ତଳେ ଶ୍ରୀମତୀ ସିଂହ ଦଳୀୟ ସଂଗଠନ ମଙ୍ଗ ଧରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଅନ୍‌ଲାଇନ୍‌ରେ ଦଳୀୟ ବିଧାୟକ ଟିକଟ ଆବେଦନ କରିଥିଲେ। କିନ୍ତୁ ପୂର୍ବତନ ବିଧାୟକ ଚିରଞ୍ଜୀବଙ୍କ ଖାସ୍ ଅନୁଗତ ରହିଥିବାରୁ ଦୋଛକିରେ ଥିଲେ । ହେଲେ ଚିରଞ୍ଜୀବ ନିଜର ରଣନୀତି ସ୍ପଷ୍ଟ କରୁ ନଥିବାରୁ ଆଉ ସମୟ ନଷ୍ଟ ନ‌କରି ପୌରାଧ୍ୟକ୍ଷା ଦଳକୁ ସଂଗଠିତ କରିବା ସହ ଜଗତ ସିଂହପୁର ନିର୍ବାଚନମଣ୍ଡଳୀ କ୍ଷେତ୍ରରେ ବିଧାୟକ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ହୋଇ ଉଠିଛନ୍ତି। ତାଙ୍କୁ ବଳ ଯୋଗାଇ ଚାଲିଛତି ତାଙ୍କ ସ୍ବାମୀ ତଥା ପୂର୍ବତନ ପାରିଷଦ ଦିଲୀପ ସିଂହ । ଜଗତସିଂହପୁର ନିର୍ବାଚନମଣ୍ଡଳୀ କ୍ଷେତ୍ରରେ ଆଇନଜୀବୀ ଦୁଃଖୀଶ୍ୟାମ ଦାସ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ ନେତା ବିଷ୍ଣୁ ବାରିକ ପ୍ରମୁଖ ମଧ୍ୟ ଦଳୀୟ ଟିକଟ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.