ଦୁଃଖର ପାହାଡ଼ ତଳେ ପ୍ରଭାସିନୀ ଜୀବନ

0

ଜଗତସିଂହପୁର,:ଦୁଃଖ ଯେତେବେଳେ ଆସେ ବୋଧେ ଭାଇ ବନ୍ଧୁ କୁଟୁମ୍ବକୁ ନେଇ କରି ଆସେ l ବୋଝ ଉପରେ ନଳିତା ବିଡା ପରି ଦୁଃଖର ପାହାଡ଼ ତଳେ ଚାପି ହୋଇ ଲୁହ ଗଡ଼ାଇ ପେଟରେ ଓଦା କନା ଦେଇ ଭଙ୍ଗା ଘରେ ପଡିରହିଛନ୍ତି ଆକାଶକୁ ଅନାଇ l ହେ ଭଗବାନ ଦୁଃଖ କେବଳ କଣ ଆମକୁ ଦେଇଛନ୍ତି କାହି କହି କୋହଭରା କଣ୍ଠରେ କାନ୍ଦି ପକାଉଛନ୍ତି ୪୫ ବର୍ଷୀୟ ମହିଳା ପ୍ରଭାସିନୀ ରଥ l ଘର ତାଙ୍କର ଜଗତସିଂହପୁର ସହର ମହାକୁମା ପାଖରୁ ବୋଧେ ୩ କି.ମି. ଦୂରତା ହେବ l ଗ୍ରାମର ନାମ ଝିଙ୍କଢ଼ିହ ରଥସାହି l ପରିବାର କହିଲେ ୭୫ ବର୍ଷୀୟା ମା ଓ ନିଜେ ପ୍ରଭାସିନୀ l ତାଙ୍କ କହିବା ଅନୁସାରେ ଯେତେବେଳେ ତାଙ୍କ ନନା ବ୍ରହ୍ମାନନ୍ଦ ରଥ ବଞ୍ଚିଥିଲେ ଭୋକର କଷ୍ଟ କଣ ଜାଣିନଥିଲେ ନନାଙ୍କର ୫୨ବର୍ଷରେ କୀଡୀନି ଫେଲରେ ମୃତ୍ୟ ପରେ ଭାଙ୍ଗି ପଡ଼ିଥିଲେ ପ୍ରଭାସିନୀ l ପରେ ନିଜକୁ ସମ୍ଭାଳି ଅଣ୍ଟାରେ ଲୁଗା ଭିଡି କାମକରି ନିଜର ୨ ଭଉଣୀକୁ ବାହାଘର କରି ପଠାଇଥିଲେ ପରଘରକୁ କାରଣ ପ୍ରଭାସିନୀ ଥିଲେ ବଡ଼ଭଉଣୀ l ନିଜର କର୍ତ୍ତବ୍ୟ ପଥରେ କେମିତି ବା ପଛକୁ ହଟିଥାନ୍ତେ ସେ l ହେଲେ ଦୈବର ଖେଳ ବଡ଼ ବିଚିତ୍ର ଏବେ ସେ ଦେହ ଘୋଡାଇବାକୁ କପଡା ଖଣ୍ଡେ ବି ମାଗିବାକୁ ପଡୁଛି ଘରେ ଘରେ l ମାସିକ ଭର୍ତ୍ତା ୧ ହଜ଼ାର ଟଙ୍କା ସହିତ ଏକ ରାସନ କାର୍ଡରେ ୧୦ କେଜି ଚାଉଳ ତାଙ୍କ ଜୀବନକୁ ବଞ୍ଚାଇରଖିଛି l ଘର ଖଣ୍ଡେ ନାହିଁ, ପାଞ୍ଚ ବର୍ଷ ହବ ଛପର କରି ନ ପାରି ପଲିଥିନି ଘୋଡାଇ ରହିଛନ୍ତି l ବର୍ଷା ପଵନ ହେଲେ ଆ ଦୁଆର ତା ଦୁଆର ହେବାକୁ ପଡୁଛି l ନହେଲେ ନିଜ ଭାଗ୍ୟକୁ ଆଦରି ଘରର ଏକ କଣରେ ବସି ଦିନରାତି ଅନିଦ୍ରା ହୋଇ କାଟିବାକୁ ପଡୁଛି ପ୍ରଭାସିନୀ ଓ ତାଙ୍କ ମାଆଙ୍କୁ l ଦେହ ଖରାପ ହେଲେ ମେଡ଼ିସିନ ଖାଇବାକୁ ମଧ୍ୟ ଟଙ୍କା ନାହିଁ ପ୍ରଭାସିନୀଙ୍କ ପାଖରେ l ସରକାରଙ୍କ ତରଫରୁ ଏକ ଘର ପାଇଁ ସରପଞ୍ଚ ପାଖକୁ ଓ କଲେକ୍ଟର ଅଫିସ ଦୌଡ଼ି ଦୌଡ଼ି ୨ ମହିଳା ଥକି ପଡିଲେଣି l ବୟସର ଚାପ ଓ ରୋଗରେ କଷ୍ଟ ଏମିତି ହେଲାଣି ଯେ ଆଉ ବଳ ପାଉନାହିଁ କହି କହି କାନ୍ଦିପକାଉଛନ୍ତି ପ୍ରଭାସିନୀର ମା ୭୫ ବର୍ଷୀୟ ଛଇଳବାଳା ରଥ l ଆମ ପ୍ରତିନିଧି ତାଙ୍କ ସରପଞ୍ଚକୁ ଏହି ଘଟଣା ବିଷୟରେ ପଚାରିବାରୁ ସରପଞ୍ଚଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ପାଇଲେ ନାହିଁ l ନ ଶୁଣିଲା ପରି କଥାକୁ ଆଡେଇ ଚାଲିଯାଇଥିଲେ ସରପଞ୍ଚ ନିଜ କାମରେ l ଏମିତି ଲୋକ ପ୍ରତିନିଧିକୁ କଣ କୁହାଯିବ l ନିଜ ପଞ୍ଚାୟତର ଲୋକଙ୍କ ଦୁଃଖ ଦୂର କରିବା ତାଙ୍କର କର୍ତ୍ତବ୍ୟ ହେଲେ ସେ ଶୁଣିବାକୁ ନାରାଜ l ପ୍ରଭାସିନୀଙ୍କ କହିବା କଥା ଆମେ ଭୋକରେ କଷ୍ଟକୁ ସହି ରହିପାରିବୁ ହେଲେ ଘର ଖଣ୍ଡେ ନ ଥିଲେ କେତେ କାହା ବାରଣ୍ଡାରେ ଜୀବନକୁ ଅତିବାହିତ କରିବୁ l ତାଙ୍କୁ ଘରଖଣ୍ଡେ ପ୍ରଶାସନ ପକ୍ଷରୁ ଦିଆଯାଉ ବୋଲି ଗ୍ରାମବାସୀ ଓ ଆମ ଆଞ୍ଚଳିକ ଟିଭି ପକ୍ଷରୁ ବିଶେଷ ଅନୁରୋଧ ରହୁଛି l

Leave A Reply

Your email address will not be published.