ସୁନ୍ଦରଗଡ ଜିଲ୍ଲା କଁଅର ସମାଜକୁ ମିଳିଲା ସାମ୍ବିଧାନିକ ସ୍ତରରେ ଆଦିବାସୀ ମାନ୍ୟତା….

0

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା):ଦେଶରେ ଏବେ ମଧ୍ୟ ବିଭିନ୍ନ ଜାତିର ଲୋକେ ଜନଜାତିର ମାନ୍ୟତା ପାଇନାହାନ୍ତି, ତେବେ ବି ଲଢେଇ ଜାରି ରଖିଛନ୍ତି, ଏଇ ପରିପେକ୍ଷୀରେ,ଓଡ଼ିଶା କଅଁର ସମାଜକୁ ଆଦିବାସୀର ମାନ୍ୟତା ମିଳିଛି, ସରକାରୀ ସ୍ତରରେ ମଧ୍ୟ ଏବେ ପ୍ରମାଣପତ୍ର ପାଇବେ, ଏ ନେଇ ସୁନ୍ଦରଗଡ ଜିଲ୍ଲା ହେମଗୀର୍ ବ୍ଲକରେ କଁଅର ସମାଜ ଆଡୁ ଅନ୍ୟାନ୍ୟ ଜିଲ୍ଲାର କଁଅର ସମାଜ ଲୋକମାନେ ଖୁସିର ଉତ୍ସବ ପାଳନ କରିଛନ୍ତି, ଏହି କାର୍ଯ୍ୟକ୍ରମରେ ସଦର ବିଧାୟିକା କୁସୁମ ଟେଟେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମହାମହିମ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ୍ ଦେଇଥିଲେ। ଏହି ସଭାରେ ସମସ୍ତେ ବହୁତ ଦିନ ହେଲା ଧାରଣା, ଆନ୍ଦୋଳନ କରିଥିବା କଥା କହିଥିଲେ, ଡେରି ହେଲେବି, ଏହା ସମ୍ପାଦନ ହୋଇ ପାରିଥିବାରୁ, କଁଅର ସମାଜର ଲୋକମାନେ ଆଦିବାସୀ ଜାତିରେ ସାମିଲ ହୋଇପାରିଥିବାରୁ, ସମସ୍ତେ ଖୁସିରେ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜର ଲୋକମାନେ, ଯଥା :- ଆମର ସାଏ,ବାହାଦୁର ରଠିଆ,ରାଜା କୁଆଁର,ଶୁକଦେବ କୁଆଁର,ପଲଟନ କୁଆଁର,ରାଜକୁମାର କୁଆଁର,ବୁଧର କୁଆଁର,ଚକ୍ର କୁଆଁର ଆହୁରି ବି ବହୁତ ସାମାଜିକ ଲୋକ ରହିଥିଲେ । ଏହି ସଭାକୁ ପରିଚାଳନା କରିଥିଲେ ସରୋଜ ପାଣଗ୍ରାହୀ ଆଉ ମହେଶ ଶତପଥୀ ।

Leave A Reply

Your email address will not be published.