ଟିକଟ ଓ ପଦ ପଦବୀ ଲୋଭରେ ବିଜେପିକୁ ଯାଉଛନ୍ତି ଭର୍ତ୍ତୃହରି ମହତାବ: ବିଜେଡି
ଭୁବନେଶ୍ୱର: ଶ୍ରୀ ଭର୍ତ୍ତୃହରି ମହତାବଙ୍କୁ ଛ ଛ ଥର ବିଜେଡି ଦଳ ରୁ ସାଂସଦ ଟିକଟ ଦିଆଯାଇ ଦିଲ୍ଲୀ ପଠା ଯାଇଥିଲା ଓ ୨୦୧୪ ଓ ୨୦୧୯ରେ ଶେଷ ମୁହୂର୍ତରେ ଟିକଟ ଦିଆଯାଇଥିଲା କାରଣ ତାଙ୍କ ସ୍ଥିତି କଟକରେ ଭଲ ନଥିଲା ଓ ସେ ଦିନକୁ ଦିନ ଲୋକଙ୍କ ଠାରୁ ଦୂରେଇ ଯାଇଥିଲେ | ସେ ଜାଣିସାରିଥିଲେ ଯେ ଏଥର ସେ ଟିକଟ ପାଇବେ ନାହିଁ ଓ ଏହି ସମ୍ପର୍କରେ ସେ ଦଳରୁ ବି ଇସାରା ପାଇଥିଲେ ଓ ସେ ବହୁ ଦିନରୁ ବିଜେପି ସହ ସମ୍ପର୍କ ରେ ଥିଲେ ଓ ଟିକଟ ପାଇବା ଲୋଭରେ ଓ ପଦ ପଦବୀ ଲୋଭରେ ସେ ବିଜେପି କୁ ଯାଉଛନ୍ତି ବୋଲି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମାହାଙ୍ଗା ବିଧାୟକ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରତାପ ଜେନା ।