ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ଭୁବନେଶ୍ୱର:ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ଶ୍ରୀ ସଂଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା କରିଛନ୍ତିା କୋରାପୁଟର ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ଚାରି ଜିଲ୍ଲାର ଏସ୍ପି ଓ ରିଟର୍ଣ୍ଣିଂ ଅଫିସରମାନେ ଯୋଗଦେଇଥିଲୋ
ସମୀକ୍ଷା ବୈଠକର ପ୍ରଥମ ସଂପାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ଅବିଭକ୍ତ କୋରାପୁଟ ଜିଲ୍ଲାର ଚାରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲୋ ସି-ଭିଜିଲ୍, ସୁବିଧା ପୋର୍ଟାଲ, ଏନ୍କୋର ନୋଡ଼ାଲ ଅଫିସର ଆଦି ଆପ୍ ଦ୍ୱାରା ନିର୍ବାଚନ ପରିଚାଳନା କିପରି ସହଜ ଭାବରେ ହେବ ତାହା ଆଲୋଚନା ହୋଇଥିଲାା ନକ୍ସଲ ପ୍ରଭାବିତ ଅଞ୍ଚଳ, ପୋଷ୍ଟାଲ ବାଲାଟ, ନିର୍ବାଚନ ଆଚରଣ ବିଧି ବିଷୟରେ ସବିଶେଷ ଆଲୋଚନା କରି “ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ନିର୍ବାଚନ ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲୋ ନିର୍ବାଚନକୁ ଦେଶର ସର୍ବବୃହତ୍ ପର୍ବ ରୂପେ ପାଳନ କରି ଅଧିକରୁ ଅଧିକ ଭୋଟର ଯେପରି ମତଦାନ କରିବେ ସେ ଉପରେ ବିଶେଷ ଆଲୋଚନା ହୋଇଥିଲାା ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ମହିଳା, ଯୁବ ଭୋଟରମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲୋ ମତଦାତା ମାର୍ଗଦର୍ଶିକାକୁ ମତଦାନର ନିମନ୍ତ୍ରଣ ପତ୍ର ଭାବରେ ପ୍ରତି ପରିବାରକୁ ପହଞ୍ଚାଇ ଏକ ଜାତୀୟ ଉତ୍ସବ ପରି ନିର୍ବାଚନକୁ ପାଳନ କରିବା ପାଇଁ ଶ୍ରୀ ଧଳ ପରାମର୍ଶ ଦେଇଥିଲୋ
ଦ୍ୱିତୀୟ ସଂପାନରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି, ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଆଲୋଚନା କରିଥିଲୋ ନିର୍ବାଚନ ଆଚରଣ ବିଧିର ଉଚିତ ପାଳନ ଦିଗରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ପ୍ରବର୍ତ୍ତନ ବିଭାଗ ଯଥା-ଅବକାରୀ, ଜିଏସ୍ଟି, ପରିବହନ ଓ ଜଙ୍ଗଲ ବିଭାଗ ସମନ୍ୱିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଥିଲୋ
ପ୍ରେସ୍ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସମୀକ୍ଷାର ବିଭିନ୍ନ ଦିଗ ଉପରେ ମତ ରଖିଥିଲୋ କିଭଳି ଭାବରେ ବିଭିନ୍ନ ବୁଥ୍ରେ ସୁରକ୍ଷା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ ତାହା ଆଲୋଚନା କରିଥିଲୋ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଭୋଟିଂ ସମୟ, ବୁଥ୍ରେ ପାନୀୟ ଜଳ, ଛାୟା ବ୍ୟବସ୍ଥା ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଆଦି ବିଷୟରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ମତଦାତାଙ୍କ ସୁବିଧା ପାଇଁ ନିଶ୍ଚିତ ଭାବରେ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲୋ ପରେ ଶ୍ରୀ ଧଳ କୋରାପୁଟ ଉପଖଣ୍ଡରେ ଥିବା ମତଗଣନା କେନ୍ଦ୍ର ବୁଲି ଦେଖିଥିଲୋ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମୁକ୍ତ, ଅବାଧ, ନିରପେକ୍ଷ ଓ ସମସ୍ତଙ୍କ ଅଂଶଗ୍ରହଣ ଦ୍ୱାରା ନିର୍ବାଚନ ସୁପରିଚାଳନା ହେଉଛି ବୋଲି ଶ୍ରୀ ଧଳ ମତ ରଖିଥିଲୋ
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କରଙ୍କ ସମେତ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ଚରଣ ସିଂ ମୀନା, କୋରାପୁଟ ଜିଲ୍ଲାପାଳ ଓ୍ୱି. କୀର୍ତ୍ତି ଓ୍ୱାସନ୍, ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ନବରଙ୍ଗପୁର ଜିଲ୍ଲାପାଳ ଡକଫର କମଳ ଲୋଚନ ମିଶ୍ର, ମାଲକାନଗିରି ଜିଲ୍ଲାପାଳ ଶ୍ରୀ ସଚିନ ପାଓ୍ୱାର୍, କୋରାପୁଟ ଏସ୍ପି ଶ୍ରୀ ଅଭିନବ ସୋନକର, ରାୟଗଡ଼ା ଏସ୍ପି ଶ୍ରୀ ହରିଶ, ମାଲକାନଗିରି ଏସ୍ପି ଶ୍ରୀ ନିତେଶ ଓ୍ୱାଧଓ୍ୱାନୀ, ନବରଙ୍ଗପୁର ଏସ୍ପି ଶ୍ରୀ ରୋହିତ ବର୍ମା ଓ ସମସ୍ତ ବରିଷ୍ଠ ଅଧିକାରୀ ଯୋଗଦେଇଥିଲୋ