ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ଦୃଷ୍ଟି ରେ ରଖି ପଦ୍ମପୁର ପୋଲିସ ର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି l ଫ୍ଳାଗ୍ ମାର୍ଚ୍ଚ ସହିତ ନାକା ପୋଷ୍ଟ , ଫ୍ଲାୟିଙ୍ଗ ସ୍କ୍ୱାଡ଼ ଗଠନ କରାଯାଇଛି ବୋଲି ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭୋଇ ଜଣାଇଛନ୍ତି l
ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ରେ ଆଣ୍ଟି ସୋସିଆଲ ଙ୍କୁ ସତର୍କ ଘଣ୍ଟି ସୂଚନା ଦେବା ସହ ପୋଲିସ ପ୍ରତି ଲୋକଙ୍କ ଆସ୍ଥାକୁ ବଜାୟ ରଖିବା ପାଇଁ ମହୁଲପାଲି, ବରିହାପାଲି, ପତ୍ରାପାଲି, ବରିକେଲ ଏବଂ ପଦ୍ମପୁର ସହର ଫ୍ଳାଗ୍ ମାର୍ଚ୍ଚ କରିଥିଲେ l ନିୟମିତ ପଇଁତରା ମାରିବା ତଥା ଆଣ୍ଟିସୋସିଆଲ ଙ୍କ ଗତି ଉପରେ ତୀବ୍ର ଦୃଷ୍ଟି ରଖିବା ଏବଂ ମଦ ଧରପଗଡ଼ କୁ ନିୟମିତ କରାଯିବ ବୋଲି ଜଣାଇଛନ୍ତି l ଏହି ଫ୍ଲାଗ ମାର୍ଚ୍ଚ ରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ, ପଦ୍ମପୁର ଆଦର୍ଶ ଥାନା ଅଧିକାରୀ ମମତା ନାୟକ ନେତୃତ୍ୱ ନେଇଥିବା ବେଳେ ଓଡିଶା ପୋଲିସ ଏବଂ ସି.ଆର.ପି.ଏଫ ର ଯବାନ ମାନେ ଅଂଶ ଗ୍ରହଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.