ପରିତ୍ୟକ୍ତ ଅବସ୍ଥା ରେ ନେଳିଆ ବନ୍ଧ ।

0

ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା : ଖଲ୍ଲିକୋଟ ଗଡ଼ ର ଇତିହାସ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇଅଛି। ଏହାର ଐତିହ୍ୟ ପରମ୍ପରାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଖଲ୍ଲିକୋଟ ରାଜବଂଶ ର ଶାସନ କାଳରେ ଶାସକ ମାନେ ଉଚ୍ଚକୋଟୀର ବୋଲି ଜନଶ୍ରୁତି ରୁ ଜଣାପଡିଛି ଖଲ୍ଲିକୋଟ ଗଡ଼ ମନ୍ଦିର ମାଳିନୀ ଏବଂ ବନ୍ଧ ପୁଷ୍କରିଣୀ ରେ ଭରପୁର। ହେଲେ କଣ ହେବ ? ଏଠାକାର ନେତା କିମ୍ବା ସ୍ଥାନୀୟ ବାସିନ୍ଦା, ଜନସାଧାରଣ ମାନଙ୍କ ମଧ୍ୟରେ କୌଣସି ପ୍ରକାର ପ୍ରଭାବ ପଡିବା ର ପରିଲକ୍ଷିତ ହୁଏ ନାହିଁ। ଆମର ଖଲ୍ଲିକୋଟ ର ୧ ନମ୍ବର ୱାର୍ଡରେ ଅବସ୍ଥିତ ଶ୍ରୀ ଅମରେଶ୍ଵର ମନ୍ଦିର , ସମ୍ମୁଖ ରେ ଥିବା ନେଳିଆ ବନ୍ଧ ବର୍ତ୍ତମାନ ଦେଖିବାକୁ ମିଳିଛି ପରିତ୍ୟକ୍ତ ଅବସ୍ଥା ରେ ପଡ଼ିରହିଛି। ବନ୍ଧର ଚତୁଃପାର୍ଶ୍ଵରେ ବେଷ୍ଟିତ ଅମରିବଣ ଓ ଅନାବନା ଗୁଳ୍ମ ଜାତୀୟ କଣ୍ଟାଯୁକ୍ତ ର ଘଞ୍ଚ ଅରଣ୍ୟ। ତା ସାଙ୍ଗକୁ କରଣ ସାହି ର କେତେକ ଭଦ୍ର ବ୍ୟକ୍ତି ମାନେ ନିଜର ଘରୋଇ ଅସନା ପାଣି ଵନ୍ଧ ମଧ୍ୟକୁ ଛାଡୁଥିବାର ଦୃଶ୍ୟ ମାନ ହେଉଛି।
ଯା‌ହା ଫଳରେ କି ଵନ୍ଧମଧ୍ୟସ୍ଥ ଜଳ ପ୍ରଦୂଷଣ ହେଉଛି । ପରିତାପର ବିଷୟ ହେଉଛି ଯେ,କେତେକ ସ୍ବାର୍ଥନ୍ୟଷୀ ବ୍ୟକ୍ତି ବନ୍ଧର ଚତୁଃପାର୍ଶ୍ଵରେ ଥିବା ହୁଡା କୁ ନିଜର ଦଖଲରେ ରଖିଛନ୍ତି । ଏବଂ ଶୁଣାଯାଉଛି ଯେ ସେମାନେ ନିଜର ନାମ ରେ ପଟ୍ଟା ମଧ୍ୟ ଲଭିଥିବା ଜନଶ୍ରୁତି ରୁ ଜଣାପଡିଛି। ଖଲ୍ଲିକୋଟ ର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ଏଠି କାହିଁକି କେଜାଣି ପଦକ୍ଷେପ ନେଇନାହାନ୍ତି ବୋଲି ଜନସାଧାରଣ ଙ୍କ ମଧ୍ୟରେ ଦୋକାନ ବଜାର ମଧ୍ୟରେ ଚର୍ଚ୍ଚା ଜୋର ରେ ଧରିଛି ? । ଏ ପରିପ୍ରେକ୍ଷୀରେ କହିବାକୁ ଗଲେ, ଖଲ୍ଲିକୋଟ ର ସ୍ଥାନୀୟ ବାସିନ୍ଦା ମାନେ ଶାସିତ ହେଉଛନ୍ତି ଆଶ୍ରିତ ମାନଙ୍କ ଦ୍ଵାରା ଏବଂ ଏମାନଙ୍କ କଷାଘାତରେ,ଏମାନଙ୍କ ବିରୋଧ ରେ ସ୍ବର ଉତ୍ତୋଳନ କରିବା ର ସା‌ହାସ ନାହିଁ। ତେଣୁ ଖଲ୍ଲିକୋଟ ର ଉନ୍ନତି କରଣ ଯା‌ହା ହେଉଛି ବୋଲି ଚର୍ଚ୍ଚା ଚାଲିଛି, ତାହା କେବଳ ପ୍ରହସନ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି |

Leave A Reply

Your email address will not be published.