ଓସ୍‌ଜାର ନୂଆ କର୍ମକର୍ତ୍ତା : ସନ୍ଦୀପ ସଭାପତି, ସୁରେଶ ସମ୍ପାଦକ

0

ଭୁବନେଶ୍ବର : ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସଂଘର ୨ ନିୟମିତ କାର୍ଯ୍ୟକ୍ରମ ପୁରସ୍କାର ପ୍ରଦାନ ଉତ୍ସବ ଓ ବିଶ୍ବ କ୍ରୀଡ଼ା ସାମ୍ବାଦିକତା ଦିବସରେ ସ୍ମରଣିକା ପ୍ରକାଶନକୁ ଜାରି ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏକ ଆଞ୍ଚଳିକ କ୍ରୀଡ଼ା ସାମ୍ବାଦିକଙ୍କ କର୍ମଶାଳା ପାଇଁ ମଧ୍ୟ ପ୍ରସ୍ତାବ ଆଗତ ହୋଇଥିଲା। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଯୋଜନା ଓ ଆୟବ୍ୟୟ ଅଟକଳ ପ୍ରସ୍ତୁତ କରା ଯାଇଥିଲା। ଏହି ଅବସରରେ ୨୦୨୪-୨୬ ଆର୍ଥିକ ବର୍ଷ ପାଇଁ ଓସ୍‌ଜାର ନୂଆ କର୍ମକର୍ତ୍ତା ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସନ୍ଦୀପ ମିଶ୍ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ବେଳେ ସମ୍ବିତ ମହାପାତ୍ର ନୂଆ କାର୍ଯ୍ୟକାରୀ ସଭାପତି ଏବଂ ସୁରେଶ ସ୍ବାଇଁ ୩ୟ ଥର ସମ୍ପାଦକ ପଦକୁ ‌ଫେରିଛନ୍ତି।

ଦେବାଶିଷ ସୁନ୍ଦରାୟ କୋଷାଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଦେବୀ ପ୍ରସନ୍ନ ମହାନ୍ତି, ତପନ କୁମାର ସ୍ବାଇଁ, ସମୀକ୍ଷା ପଟ୍ଟନାୟକ ଉପସଭାପତି, ହିମାଂଶୁ ପତି ମିଶ୍ର, ସଞ୍ଜୀବ କୁମାର ବିଶ୍ବାଳ, ଜ୍ଞାନରଞ୍ଜନ ମିଶ୍ର ଯୁଗ୍ମ ସମ୍ପାଦକ ହୋଇଛନ୍ତି । କାର୍ଯ୍ୟକାରୀ କମିଟିକୁ କେ. ରବି, ସନାତନ ପାଣି, ନିରଞ୍ଜନ ରେଡ୍ଡୀ, ଶକ୍ତିପ୍ରସାଦ ନନ୍ଦ, ମନୋରଞ୍ଜନ ଦାଶ, ଦୀପ୍ତିରଞ୍ଜନ ସାମଲ, ବିମଳ କୁମାର ରାଉଳ ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.