ବାଲୁଗାଁ ରେଳ ଷ୍ଟେସନ ନିକଟରେ ଝୁଲନ୍ତା ଅବସ୍ଥାରେ ମିଳିଲା ଅଜଣା ଯୁବକଙ୍କ ମୃତଦେହ

0 1

ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ଅପରାହ୍ନରେ ବାଲୁଗାଁ ରେଳ ଷ୍ଟେସନ ଦକ୍ଷିଣ କ୍ୟାବିନ ନିକଟସ୍ଥ ପଞ୍ଚୁପୁଲିଆ ଶଙ୍ଖ ଠାରେ ଅଜଣା ଯୁବକଙ୍କ ଶବ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି।
ଯୁବକ ଜଣକ ଏକ ମାଟିଆ ରଙ୍ଗର ଫୁଲ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏକ ଚେକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଯୁବକଙ୍କ ଆନୁମାନିକ ବୟସ ୩୫ ହେବ ବୋଲି ଜଣାପଡିଛି। ତେବେ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଆଲୋଚନା ହେଉଛି।

Leave A Reply

Your email address will not be published.