ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ଜାତୀୟ ପଖାଳ ଦିବସ ଭାଗବତ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିମୋହନ ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ଡକ୍ଟର ଭାରତୀ ପାଣିଗ୍ରାହୀ , ବିଶିଷ୍ଟ ଅତିଥି ଭାବେ ମନୋଜ ପଟ୍ଟନାୟକ , ପ୍ରଗତି ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ପାଦକ ତନୁଜା ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ।
ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ। ବିଭିନ୍ନ ଦୃଷ୍ଟି କୋଣରୁ ବିଚାର କରାଯାଇ ପଖାଳର ଚାହିଦା ଆଞ୍ଚଳିକ ସ୍ତରରୁ ବିଶ୍ଵ ଦରବାର କିଭଳି ଆଜି ରୁଚିବୋଧ ଓ ସମ୍ମାନିତ ସେ ସମ୍ପର୍କରେ ବକ୍ତା ମାନଙ୍କର ପ୍ରାଞ୍ଜଳ ଉତ୍ତର ଥିଲା। ଉତ୍କଳୀୟ ପରମ୍ପରା ଏବଂ ସଂସ୍କୃତିର ପଖାଳ କଂସା ବାସ୍ତବରେ ଋଚିବୋଧ ଏବଂ ଏକତା ର ଏକ ଜ୍ୱଳନ୍ତ ନମୁନା।
ଏହି ଅବସରରେ ଗୃହିଣୀ ଓ ଝିଅଙ୍କ ପାଇଁ ପଖାଳ ପ୍ରସ୍ତୁତି , କାଞ୍ଜି ପ୍ରସ୍ତୁତି , ଶାଗଭଜା ପ୍ରସ୍ତୁତି ପ୍ରତିଯୋଗିତା ଏବଂ ଛାତ୍ର ଛାତ୍ରୀ ମାନଙ୍କ ସ୍ତରରେ “ବିଶ୍ୱ ଦରବାରରେ ଓଡ଼ିଆ ପଖାଳର ସମ୍ମାନ” ପ୍ରସଙ୍ଗ ଉପରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ କରିଥିଲେ। ଶେଷରେ ପାୟଲ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.