ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ର ସଫଳ ମୁକାବିଲା ଲାଗି ଆଜି ( ବୁଧବାର ଦିନ) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହାର ଉଦ୍ଦେଶ୍ୟ ଚଳିତ ସାଧାରଣ ନିର୍ବାଚନ ସମୟରେ ଭୋଟର ତଥା ନିର୍ବାଚନରେ ନିୟୋଜିତ କର୍ମଚାରୀ ମାନଙ୍କର ସ୍ବାସ୍ଥ୍ୟ ସମସ୍ୟା , ଅଂଶୁଘାତରେ ଯେପରି କାହାର ସ୍ୱାସ୍ଥ୍ୟର ସମସ୍ୟା କ୍ଷତି ନହେବ ସେଥି ନିମନ୍ତେ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକରେ ପୁଙ୍ଖାନୁପଙ୍ଖ ଆଲୋଚନା କରାଯାଇଛି। ଅଂଶୁଘାତ ଏକ ଧନ ଜୀବନ ପ୍ରତି ବିପଦ ରହିଥାଏ , ଯେ ହେତୁ ସଧାରଣ ନିର୍ବାଚନ ଗ୍ରୀଷ୍ମ ମାସରେ ସ୍ଥିର ହୋଇଛି। ଏଣୁ ଏହି ସମୟରେ ଜନସାଧରଣ ଙ୍କ ନିର୍ବାଚନ ପ୍ରକ୍ରିୟାରେ ସହଭାଗିତା ରହିଥାଏ। ଯାଥା:- ରାଲି , ସଭା ସମିତି , ଗ୍ରାମ ଭ୍ରମଣ କାର୍ଯକ୍ରମ ଇତ୍ୟାଦି ରହିଥାଏ। ଲୋକମାନଙ୍କର ଅଜାଣତରେ ଅଂଶୁଘାତରେ ଶିକାର ହୋଇଥାନ୍ତି। ଏଣୁ ଏହାର ସଫଳ ମୁକାବିଲା ଲାଗି ଭୋଟର ମାନଙ୍କ ସ୍ତରରେ ବ୍ୟାପକ ସଚେତନତା ବୃଦ୍ଧି କରାଇବା ଏଵଂ ବିଭାଗୀୟ କର୍ମଚାରୀଙ୍କୁ ସେମାନଙ୍କୁ ଅବଗତ କରାଇବା ଯାହାଦ୍ଵାରା କି ନିର୍ବାଚନ ସମୟରେ ଅଂଶୁଘାତରେ କୌଣସି ଧନଜୀବନ କ୍ଷତି ରଖା ଯାଇପାରିବ। ଅଂଶୁଘାତ ସମୟରେ ୬୦ ବର୍ଷ ରୁ ଉର୍ଦ୍ଧ ବୟସ୍କ , ଭିନ୍ନକ୍ଷମ ବ୍ୟକ୍ତି ଓ ଗର୍ଭବତୀ ମହିଳା ମାନଙ୍କ ପ୍ରତି ଅଂଶୁଘାତ ହେବାର ଆଶଙ୍କା ରହିଅଛି। ତେଣୁ ଭୋଟର ମାନଙ୍କ ଜାଗ୍ରତ ବୃଦ୍ଧି କରିବା ଓ ଭୋଟର କେନ୍ଦ୍ରରେ ପାନୀୟ ଜଳ , ଓଆରଏସ ପେକେଟ , ଆବଶ୍ୟକୀୟ ଔଷଧ ଓ ଛାୟୀ ରଖିବା ଇତ୍ୟାଦି ସୁବନ୍ଧବସ୍ତ କରିବା ଯାହାଦ୍ଵାରା କି ନିର୍ବାଚନ ସମୟରେ ସଫଳ ମୁକାବିଲା କରାଯାଇ ପାରିବ।
ସେହିପରି ଗ୍ରୀଷ୍ମ ଦିନେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ , ବିଦ୍ୟୁତ ବିଭ୍ରାଟ କିପରି ନ ଘଟେ , ପଶୁ ପକ୍ଷୀ ମାନଙ୍କ ଯତ୍ନ ନେବା , ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସକାଳ ସମୟରେ ଖୋଲିବା , ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା , ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ପରିବର୍ତ୍ତନ କରିବା , ଜୀବ ଜନ୍ତୁଙ୍କ ସୁରକ୍ଷା , ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ସେହିପରି ଗ୍ରାମାଞ୍ଚଳ , ପାରଳାଖେମୁଣ୍ଡି ପୌରପରିଷଦ , କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ , ସମସ୍ତ ବ୍ଲକରେ ଛକ ଜାଗାରେ ଜଳଛତ୍ର ଖୋଲାଯିବାକିକୁ ମଧ୍ଯ ଆଲୋଚନା କରାଯାଇଛି। ଖରାପ ଥିବା ନଳକୂପ କୁ ତୁରନ୍ତ ମରାମତି କରିବାକୁ କୁହାଯାଇଛି। ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବାବେଳେ ପାଣି ବୋତଲ , ଟୋପି ତଥା ଓଦା କପଡ଼ା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟତ କରିବା ନେଇ ଜିଲ୍ଳାର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରାଯିବାକୁ ମଧ୍ଯ ଆଲୋଚନା କରାଯାଇଛି।
ଏହି ବୈଠକରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ୍ ଆନନ୍ଦ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା , ଜିଲ୍ଲା ଜରୁରକାଳୀନ ଅଧିକାରୀ ଶ୍ରୀ ଜଗନ୍ନାଥ ପାଢ଼ୀ ଓ ଜିଲ୍ଲା ବିପର୍ଯ୍ୟ ପରିଚାଳନା ପରାମର୍ଶ ଦାତା ଶ୍ରୀ ପ୍ରଦୋଷ କୁମାର ଶତପଥୀ ସମେତ ଜିଲ୍ଲାର ସମସ୍ତ ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.