ଭୈରବ ମହାବିଦ୍ୟାଳୟ ଖେଳ ପଡିଆ ରେ ଚାଲିଛି ଅବୈଧ ଗୃହ ନିର୍ମାଣ ,ମହା ବିଦ୍ୟାଳୟ କତୃପକ୍ଷ ଚୁପ୍

0 1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୯/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ମହାବିଦ୍ୟାଳୟ ଖେଳ ପଡିଆ କୁ ଲାଗି ଚାଲିଛି ଅବୈଧ ଗୃହ ନିର୍ମାଣ। ଜଣେ ସରକାରୀ କର୍ମଚାରୀ ଭୈରବ ମହା ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଖେଳ ପଡିଆ କୁ ଅବୈଧ ଭାବେ ନିଜ ଅକ୍ତିଆର ରେ ନେଇ ଗୃହ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଭୈରବ ମହାବିଦ୍ୟାଳୟ ର ଖେଳ ପଡିଆ ରେ ଛାତ୍ରଛାତ୍ରୀ ସହ ଗ୍ରାମ ର ଯୁବକ ମାନେ ଖେଳାଖେଳି କରିଥାନ୍ତି।ସୂଚନା ଅନୁଯାୟୀ ଭୈରବ ମହାବିଦ୍ୟାଳୟ ଖେଳ ପଡିଆ ଚତୁର୍ପାର୍ଶ୍ଵ ରେ ପାଚେରୀ ନିର୍ମାଣ ହୋଇଛି। ଏହି ପାଚେରୀ କୁ ଲାଗି ସଦର ଜୟନ୍ତିନଗର ର କନ୍ଧ ସାହି ରହିଛି। ତେବେ କନ୍ଧ ସାହିରେ ରହୁଥିବା ଜଣେ ସରକାରୀ କର୍ମଚାରୀ କାହାକୁ ବୃକ୍ଷେପ ନ କରି ଖେଳ ପଡିଆ ର ପାଚେରୀ କୁ ମିଶାଇ ନୂତନ ଗୃହ ନିର୍ମାଣ କରୁଛନ୍ତି। ଏପରିକି ଖେଳ ପଡିଆ ଦେଇ ଯାତାୟାତ କରିବା ସହ ପାଚେରୀ ଭାଙ୍ଗି ଘର ର ଫାଟକ ତିଆରି କରିଛନ୍ତି। ଏହାକୁ ଦେଖି କନ୍ଧ ସାହିର ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ପାଚେରୀ କୁ ମିଶାଇ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଭୈରବ ମହାବିଦ୍ୟାଳୟ ର କତୃପକ୍ଷ ସବୁ ଦେଖି ନ ଦେଖିବା ପରି ଚୁପ୍ ରହିବା ସାଧାରଣରେ ଆଚମ୍ବିତ କରିଛି। ଡାବୁଗାଁ ର ସର୍ବ ପୁରାତନ ଭୈରବ ମହାବିଦ୍ୟାଳୟ ପାଚେରୀ କୁ ଲାଗି ଚାଲିଥିବା ଅବୈଧ ଗୃହ ନିର୍ମାଣ କାର୍ଯ୍ୟକୁ ପ୍ରଶାସନ ତରଫରୁ ଶୀଘ୍ର ଦୃଷ୍ଟି ଦିଆଯାଇ ବନ୍ଦ କରିବାକୁ ସାଧାରଣରେ ଦାବୀ ହୋଇଛି।

Leave A Reply

Your email address will not be published.