ଘୋଡା ଖୁଣ୍ଟା ମଣ୍ଡେଇ ଯାତ୍ରା ପାଳିତ

0 1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡା ଖୁଣ୍ଟା ଠାରେ ଆଦିବାସୀଙ୍କ ପାରମ୍ପାରିକ ମଣ୍ଡେଇ ଯାତ୍ରା ପାଳିତ ହୋଇଯାଇଛି। ଏଥିରେ ଆଖପାଖ ଗ୍ରାମ ର ଦେବାଦେବୀ, ଲାଠି , କୁର୍ସୀ , ଶିରା , ଗାଉଣ୍ଟିଆ ଆଦି ଏକତ୍ରିତ ହୋଇ ଘୋଡା ଖୁଣ୍ଟ୍ଟା ର ଆରାଧ୍ୟା ଦେବତା ଭିମାଗୁଡି ଠାରେ ଆଜି ଏକତ୍ରିତ ହୋଇଥିଲେ। ସେଠାରେ ଆଦିବାସୀ ରୀତିନୀତି ରେ ପୂଜାର୍ଚ୍ଚନା ପରେ ବିଭିନ୍ନ ଗ୍ରାମରୁ ଆସିଥିବା ଦେବାଦେବୀ ବିଭିନ୍ନ ଆଭୁଷଣ ପରିଧାନ କରି ବାଜା ମର୍ଦ୍ଦଳ ସହ ଅପରାହ୍ନରେ ଘୋଡାଖୁଣ୍ଟା ସାପ୍ତାହିକ ହାଟ ରେ ପରିକ୍ରମା କରିଥିଲେ। ଏହି ମଣ୍ଡେଇ ଯାତ୍ରା ରେ ନିକଟ କୁରୁପା, ମାଝିଗୁଡା, ମାଲ ବେଡା, ପନାର, ମୁଣ୍ଡା ଗୁଡା, ଡଙ୍ଗରା, ବୋରିଗାଁ, ପଡା ଗୋଡ, ଝାରମୁଣ୍ଡି ଗୁଡା, କହକାଗୁଡ଼ା ଓ ମୁଣ୍ଡି ଗୁଡା ରୁ ଭିମା ଦେବତା, ଚାଉଁରିଆ ବାବା, ଇଙ୍ଗଲାଞ୍ଜି ମାତା, ସନାଦେଇମାତା , ବାଉତି ମାତା, ତେଲେଙ୍ଗାୟାଣି ମାତା ଆଦି ଦେବାଦେବୀ ନିମନ୍ତ୍ରିତ ହୋଇ ଆସିଥିବା ବେଳେ ଆଖପାଖ ଗ୍ରାମ ରୁ ଆସିଥିବା ଦେବାଦେବୀ ଙ୍କୁ ଅତି ନିକଟରୁ ଦେଖିବା ପାଇଁ ଗ୍ରାମବାସୀଙ୍କ ପ୍ରବଳ ଗହଳି ହୋଇଥିଲା । ଦେବାଦେବୀ ଗ୍ରାମ ଦାଣ୍ଡରେ ଚାଲିଲେ ଗ୍ରାମ ରେ ସୁଖ ଶାନ୍ତି ଓ ସଦ ଭାବନା ବଜାୟ ରହିବ ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି। ମଣ୍ଡେଇ ପରିଚାଳନା କମିଟି ତରଫରୁ ରାତ୍ରରେ ଲୋକଙ୍କ ମନୋରଞ୍ଜନ ପାଇଁ ଦୁଇଟି ଆଦିବାସୀ ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଘୋଡାଖୁନ୍ଟା ପଡୋଶୀ ଛତିଶଗଡ କୁ ଲାଗି ଥିବାରୁ ବାହାର ରାଜ୍ୟରୁ ଦୋକାନ ବଜାର ର ଭିଡ ରହିଛି। ଆଜି ପ୍ରତିକୂଳ ପାଗ ସ୍ୱତ୍ୟେ ମଣ୍ଡେଇ ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଥିଲା। ମଣ୍ଡେଇ ପରିଚାଳନା କମିଟି ର ସଭାପତି ଅର୍ଜୁନ ଭତରା, ସମ୍ପାଦକ ଦଶମନ୍ତ ନାୟକ ଓ କୋଷାଧ୍ୟକ୍ଷ ସିନ୍ଧୁ ଭତରା, କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ର ଧନୀରାମ ମାଝୀ, ଦୂର୍ଯ୍ୟନ ପୂଜାରୀ, ଦୀନବନ୍ଧୁ ମାଝୀ, ସୁକୁ ଭତରା, ସନା ଭତରା, ସନ ସାଇ ନାୟକ, ହୀରା ସିଂ ମାଝୀ, ଲକି ଗୌଡ଼ ଓ କେଶବ ଶବର ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.