ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରଶିକ୍ଷଣ ପରିଦର୍ଶନ

0 1

ଭୁବନେଶ୍ୱର:ଏକ ସଫଳ ନିର୍ବାଚନ ପରିଚାଳନାର ମୂଳବିନ୍ଦୁ ହେଉଛି ଉପଯୁକ୍ତ ନିର୍ବାଚନ ପ୍ରଶିକ୍ଷଣା ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର “ଭାରତ’ର ସଫଳ ନିର୍ବାଚନ ପରିଚାଳନା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟା ଏହି ବିସ୍ମୟର ଆଧାର ବିନ୍ଦୁ ହେଉଛି “ବୁଥ୍ ପରିଚାଳନା’ | ପ୍ରତିଟି ବୁଥରେ ମତଦାନ କରାଇଥାନ୍ତି ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ସୁରକ୍ଷା କର୍ମୀା ଏହି ପି୍ରଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ନିର୍ବାଚନ ପ୍ରଶିକ୍ଷଣ ହେଉଛି ନିର୍ବାଚନ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଅଂଶା ଭୁବନେଶ୍ୱରର ଆଇ.ଟି.ଇ.ଆର୍ ଠାରେ ପୋଲିଂ ଅଫିସରମାନଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟ ନିିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏଭଳି ମତ ରଖିଛନ୍ତିା ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଧଳ ନିର୍ବାଚନର ଗୁରୁଦାୟିତ୍ୱକୁ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିବା ପାଇଁ ପ୍ରେରିତ କରିଛନ୍ତିା
ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଫିସରମାନଙ୍କ ସହ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲୋ “ନିର୍ବାଚନର ପର୍ବ: ଆମ ଦେଶର ଗର୍ବ’ ଥିମ୍କୁ ନିର୍ବାଚନ ପରିଚାଳନାର ମୂଳମନ୍ତ୍ର ରୂପେ ଗ୍ରହଣ କରିବା ପାଇଁ ସେ ସଭିଙ୍କୁ ପ୍ରେରିତ କରିଥିଲୋ ନିର୍ବାଚନ ପ୍ରକ୍ରିୟାରେ “ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ସେମାନଙ୍କ ସୁବିଧାକୁ ଅଗ୍ରାଧିକାର ଦେବା ପାଇଁ ଶ୍ରୀ ଧଳ ମତ ରଖିଥିଲୋ
ଏହା ସହ ବିଭିନ୍ନ ବର୍ଗର ମତଦାତାମାନେ କେଉଁଭଳି ଭାବରେ ଭୋଟ ଦେବେ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଭୋଟର ଆଦିଙ୍କୁ କେଉଁସବୁ ସୁବିଧା ଯୋଗାଇ ଦିଆଯିବ, ମଡେଲ ବୁଥ୍: ସଖିବୁଥ୍ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍), ଯୁବ କର୍ମଚାରୀ ପରିଚାଳିତ ବୁଥ୍, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍ ଆଦିର ଲକ୍ଷ୍ୟ ବିଷୟରେ ଆଲୋଚନା କରି ଶ୍ରୀ ଧଳ ବୁଥ୍ ସ୍ତରରେ ସମସ୍ତ ଗାଇଡ୍ଲାଇନ୍କୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲୋ
“ନିର୍ବାଚନ ଏହି ଦେଶର ଜାତୀୟ ପର୍ବା ଏହାକୁ ସଂପୂର୍ଣ୍ଣ ଦାୟିତ୍ୱବୋଧତାର ସହ ସଫଳ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟା ଆପଣମାନେ ତୃଣମୂଳ ସ୍ତରରେ ନିର୍ବାଚନ କମିଶନଙ୍କ ପ୍ରତିନିଧିା ମୁକ୍ତ, ଅବାଧ, ନିରପେକ୍ଷ, ସମସ୍ତଙ୍କ ପାଇଁ ଅଂଶଗ୍ରହଣକାରୀ ଏକ ନିର୍ବାଚନ ପ୍ରକ୍ରିୟାର ଆପଣମାନେ ସମର୍ଥ ସାରଥିା ସେହି ଦାୟିତ୍ୱବୋଧ ସହ ଆପଣମାନଙ୍କୁ କାମ କରିବାକୁ ପଡ଼ିବା ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ଆପଣମାନଙ୍କ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତା ଏଭଳି ଗୁରୁଦାୟିତ୍ୱକୁ ନିର୍ବାହ କରିବା ହିଁ ଆମ ଗଣତନ୍ତ୍ର ପ୍ରତି ଆମର ଉତ୍ତରଦାୟିତ୍ୱା’ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏହି ଭଳି ଭାବରେ ପ୍ରେରିତ କରିଥିଲୋ
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍. ତିରୁମାଲା ନାଏକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲୋ

Leave A Reply

Your email address will not be published.