ଭୁବନେଶ୍ୱର:ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଭାରତ ନିର୍ବାଚନ କମିଶନ ପ୍ରାଧିକୃତ ସାମ୍ବାଦିକମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତିା ଏହା ଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ପ୍ରାଧିକୃତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ଦୂରରେ ରହି କର୍ତ୍ତବ୍ୟ ସଂପାଦନ କରିବା ସହିତ ସାଧାରଣ ନିର୍ବାଚନରେ ମତଦାନ ମଧ୍ୟ କରିପାରିବୋ
ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଅଗ୍ରଣୀ ଭୂମିକା ରହିଆସିଛିା ନିର୍ବାଚନ ସମୟରେ ଅନେକ ପ୍ରାଧିକୃତ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସଂପାଦନ କରିବାକୁ ପଡ଼ିଥାଏା ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁ ନଥିଲୋ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରାଧିକୃତ ସାମ୍ବାଦିକ ଓ ଗଣତନ୍ତ୍ରର ବୃହତ୍ତର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛିା
ସାଧାରଣ ନିର୍ବାଚନ-୨୦୨୪କୁ ଅଧିକରୁ ଅଧିକ ଅଂଶଗ୍ରହଣକାରୀ କରିବା ପାଇଁ ନିର୍ବାଚନ କମିଶନ ପ୍ରାଧିକୃତ ସାମ୍ବାଦିକମାନଙ୍କୁ “ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତିା ଏହା ଦ୍ୱାରା ପ୍ରାଧିକୃତ ସାମ୍ବାଦିକମାନେ “ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ ଆକଫ-୧୯୫୧’ର ଧାରା ୬୦ (ଗ) ଅଧିନରେ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ କରିପାରିବୋ ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରାଧିକୃତ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବୋ ଉକ୍ତ ରିଟର୍ଣ୍ଣିଂ ଅଫିସର ଆବେଦନ କରିଥିବା ପ୍ରାଧିକୃତ ସାମ୍ବାଦିକଙ୍କର ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ପ୍ରାଧିକୃତ ପତ୍ର ଯାଞ୍ଚ କଲାପରେ ନିଜେ କିମ୍ବା ଜଣେ ନୋଡାଲ ଅଧିକାରୀଙ୍କ ମାଧ୍ୟମରେ ଅବେଦନକାରୀଙ୍କୁ ଫର୍ମ ୧୨-ଡି (୧୨ଉ) ଦସ୍ତଖତ କରାଇବେ । ଏହା ପରେ ଉକ୍ତ ପ୍ରାଧିକୃତ ସାମ୍ବାଦିକ ଯଥା ସମୟରେ ନିଜ ପୋଷ୍ଟାଲ ବାଲାଟ୍ ପାଇପାରିବେ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ସମୟସୀମା ମଧ୍ୟରେ ପୋଷ୍ଟାଲ ଭୋଟିଂ ସେଣ୍ଟରରେ ମତଦାନ କରିବୋ
ଓଡ଼ିଶାରେ ମଧ୍ୟ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହ ପ୍ରାଧିକୃତ ସାମ୍ବାଦିକମାନଙ୍କ ମତଦାନ ପାଇଁ ଉଚିତ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତିା “କୌଣସି ମତଦାତା ଯେପରି ବାଦ୍ ନପଡ଼ିବେ’-ଏହି ଲକ୍ଷ୍ୟ ନେଇ ରାଜ୍ୟରେ ନିର୍ବାଚନ ପରିଚାଳନା ହେଉଛି ବୋଲି ଶ୍ରୀ ଧଳ ମତ ରଖିଛନ୍ତିା ସୂଚନାଯୋଗ୍ୟ ଯେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ସହମତି କ୍ରମେ ଭାରତ ନିର୍ବାଚନ କମିଶନଙ୍କୁ ଏହି ପ୍ରସ୍ତାବ ପଠାଇଥିଲେ, ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛିା
Sign in
Sign in
Recover your password.
A password will be e-mailed to you.