ନବରଙ୍ଗପୁର ଅଶୋକ ସାହୁ, ଶାସକ ପ୍ରଶାସକ ତା ୧୮/୦୩ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଥିବା ଓ ଓ.ୟୁ.ଡବ୍ଲୁ.ଜେ ସାମ୍ବାଦିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ନବରଙ୍ଗପୁର ବ୍ଲକ ର ପଂଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲା କର୍ମକର୍ତ୍ତା ଓ ବ୍ଲକ କର୍ମକର୍ତ୍ତା ଦ୍ବାରା ଅନୁଷ୍ଠିତ ହୋଇ ଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖ୍ୟାତି ସମ୍ପନ୍ନ ସମାଜସେବୀ ଶ୍ରୀଯୁକ୍ତ ସେବକ ଗରଡ଼ା ଯୋଗଦେଇଥିଲେ । ଓ ସମ୍ମାନିତ ଅତିଥି ନବରଙ୍ଗପୁର ଜିଲ୍ଲା ସୂଚନା ଅଧିକାରୀ ଶ୍ରୀଯୁକ୍ତ ହଳଧର ନିଆଲ, ଓ ୟୁ ଡବ୍ଲୁ ଜେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନିରଞ୍ଜନ ବିଶ୍ୱାଳ ରାଜ୍ୟ ଓ.ୟୁ.ଡବ୍ଲୁ.ଜେ ସଂଘର ରିଟର୍ଣ୍ଣିଙ୍ଗ ଅଫିସର ଡାକ୍ତର ତ୍ରିଲୋଚନ ଖୁଣ୍ଟିଆ, ରାଜ୍ୟ ଏକ୍ସିକୁଟିଭ ମେମ୍ବର ଶ୍ରୀଯୁକ୍ତ ବାର୍ଥ ହରିଜନ ଏବଂ ନବରଙ୍ଗପୁର ଜିଲ୍ଲା ଓ ୟୁ ଡବ୍ଲୁ ଜେ ସାମ୍ବାଦିକ ସଂଘର ମାର୍ଗ ଦର୍ଶକ ତଥା ଆଇନ ସହାୟକ ଶ୍ରୀଯୁକ୍ତ ଶିରାଜ ଉଦ୍ଦିନ ଏହମ୍ମଦ ମୁଖ୍ୟ ବକ୍ତା ସହ ଶିଶୁ ସୁରକ୍ଷା ବିଭାଗ ର ସଦସ୍ଯ ସନ୍ତୋଷ ଷଡ଼ଙ୍ଗୀ କୋରାପୁଟ ରୁ ସୁବାସିସ ନାୟକ ପ୍ରମୁଖ ମଞ୍ଚାସିନ ହୋଇ ଥିଲେ |ସଭା ଆରମ୍ଭ ପୂର୍ଵରୁ ସମସ୍ତ ଅତିଥିଗଣ ସର୍ବ ଧର୍ମ ର ଭଗବାନଙ୍କର ପ୍ରତିଛବି ଧୂପ ଦୀପ ଓ କ୍ୟାଣ୍ଡାଲ ପ୍ରଜ୍ଜଳନ କରିବା ସହିତ ନଡିଆ ଭାଙ୍ଗି ପ୍ରତିଛବିରେ ପୁଷ୍ପମାଲ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ |କାର୍ଯ୍ୟକ୍ରମରେ ଏକ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା “ମିଡ଼ିଆ ଏଟ କ୍ରସ ରୋଡ଼ ” | ପ୍ରସଙ୍ଗ ଉପରେ ବରେଣ୍ୟ ଅତିଥିଗଣ ନିଜ ନିଜ ବକ୍ତବ୍ୟ ପ୍ରକାଶ |କରି ଅନୁସନ୍ଧାନ ମୂଳକ, ତଥ୍ୟ ଭିତିକ, ନିରପେକ୍ଷ ଓ ନିର୍ଭୁଲ ଖବର ସଂଗ୍ରହ କରି ତାର ପ୍ରଚାର ପ୍ରସାର କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ |ସାମ୍ବାଦିକ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ, ତେଣୁ ସେମାନେ ସମାଜର ଉର୍ଦ୍ଧରେ ରହି ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦୃଷ୍ଟି କୋଣରୁ ସମ୍ବାଦ ପ୍ରସାରଣ କରି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସବୁ ବର୍ଗର ଲୋକଙ୍କ ପାଇଁ ସରକାର ଯୋଜନା ପ୍ରଶାସନର ସମସ୍ତ ସୁବିଧା ଓ ସୁଯୋଗକୁ ପହଂଚାଇବା ହେଉଛି ସାମ୍ବାଦିକର ପ୍ରକୃତ କର୍ତ୍ତବ୍ୟ ବୋଲି ମଞ୍ଚାସିନ ଅତିଥିଗଣ ପ୍ରକାଶ କରିଥିଲେ | ନବରଙ୍ଗପୁର ଜିଲ୍ଲା ର ଓଡ଼ିଶା କର୍ମଜୀବି ସାମ୍ବାଦିକର ସଭାପତି ଶ୍ରୀ ଶେଖର ଖୁରା ଙ୍କ ନେତୃତ୍ୱରେ ଆଜିର ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ସଧାରଣ ସମ୍ପାଦକ ଶ୍ରୀ,ଅଶୋକ ସାହୁ ,ଉପ ସଭାପତି,ଶ୍ରୀ ହିମାଂଶୁ ଶେଖର ବାଘ, ପାପଡାହାଣ୍ଡି ସଭାପତି, ଗୁରୁପ୍ରସାଦ ପଣ୍ଡା ,ରାଇଘର ସଭାପତି, ନରସିଂ ବାଘ,ଝରିଗାଁ ସଭାପତି,ସବ୍ୟସାଚୀ ଭାରତୀଆ,ଉମର କୋଟ ସଭାପତି,ବୋଇଷ୍ଟବ ନାୟକ, ଚନ୍ଦହାଣ୍ଡି ସଭାପତି ତ୍ରିଲୋଚନ ବେଷରା,ନବରଙ୍ଗପୁର ସଭାପତି,ରଞ୍ଜିତ ନାୟକ,ତେନ୍ତୁଳିଖୁଣ୍ଟି ସଭାପତି,ଲଷ୍ମୀ ଚନ୍ଦ୍ର ଟାକ୍ରୀ, ଓ ଦେବି କୁଲଦୀପ ,ସଞ୍ଜୀବ ଖୁରା ସହ ଦଶ ଗୋଟି ବ୍ଲକ ର ୬୦ ରୁ ଉର୍ଦ୍ଧ ସାମ୍ବାଦିକ ବନ୍ଧୁ ମାନଙ୍କ ଉପସ୍ଥିତରେ ଦୁଇ ଜଣ ବନ୍ଧୁଙ୍କୁ ଭଲ ଖବର ସଂଗ୍ରହକାରୀ ଭାବେ ଶ୍ରୀ ସଭ୍ୟସାଚି ଭର୍ତ୍ତିଆ ଏବଂ ଉତ୍ତମ ସମାଜସେବୀ ଶ୍ରୀ କୃପାନିଧି ରାଉତ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ଓ ସଭା ସାଙ୍ଗ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.
Next Post