ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରଯ୍ୟାୟରେ ୨୦୨୪ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ତେଣୁ ପ୍ରଶାସନିକ ସ୍ତରରେ ସମସ୍ତ ନିର୍ବାଚନ କିପରି ସୁରୁଖୁରୁରେ ହେବ ସେଥିପାଇଁ ପ୍ରସ୍ତୁତି ଜୋର ରେ ଚାଲୁଛି। ମେ ୨୦ ତାରିଖରେ ହେବାକୁ ଥିବା ନିର୍ବାଚନ କିପରି ଅବାଧ ଓ ଶୃଙ୍ଖଳିତ ହେବ ସେଥିପାଇଁ ଭଞ୍ଜନଗର ପୋଲିସ ର ପ୍ରସ୍ତୁତି ପର୍ବ ଆରମ୍ଭ ହେଲାଣି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ଆଇନ ଶୃଙ୍ଖଳା ଵ୍ୟବସ୍ଥା କିପରି ଠିକ ରହିବ ଓ ନିର୍ବାଚନ କିପରି ଠିକ ରେ ସରିବ ସେଥିପାଇଁ ଭଞ୍ଜନଗର ପୋଲିସ ଦ୍ୱାରା ଆଜି ଅର୍ଥାତ୍ ମାର୍ଚ୍ଚ ମାସ ୧୯ ତାରିଖ ସୋମବାର ୨୦୨୪ ସଂଧ୍ୟା ୫ ସମୟରେ ଫ୍ଲାଗ ମାର୍ଚ ଭଞ୍ଜନଗର ସହରରେ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚ ରେ ଭଞ୍ଜନଗର ଉପଝଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ସୁଜିତ କୁମାର ନାୟକ, ଥାନା ଅଧିକାରୀ ଶ୍ରୀଯୁକ୍ତ କୁମାର ମୁଦୁଲି ସହ ବହୁ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।ଭଞ୍ଜନଗର ପୋଲିସ ସହର ଜନ ସାଧାରଣ ଙ୍କୁ ପୋଲିସ କୁ ସହଯୋଗ କରିବା ସହ ନିର୍ବାଚନ କୁ ଶ୍ରୁଙ୍ଖଳିତ ସମାପନ କରିବାକୁ ଆନୁରୋଧ କରିଥିଲେ। ଭଞ୍ଜନଗର ସହରରେ ଦିନକୁ ଦିନ ଦେଶୀ ମଦର ବିକ୍ରି ତଥା ଯାନବାହନ ଗୁଡିକ ର ଦ୍ରୁତ ଚାଳନା ଓ ପାର୍କିଙ୍ଗ ପାଇଁ ଗୋଟେ ବଡ ଚାଲେଞ୍ଜ ସୃଷ୍ଟି ହେବ।ପ୍ରଚାର ପାଇଁ ଆବଶ୍ୟକ ଥିବା ସ୍ଥାନ, ସାଉଣ୍ଡ୍ ଓ ଯାନବାହନ ପାଇଁ ପ୍ରାର୍ଥୀ ଙ୍କୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି।ସେହିପରି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ମାନଙ୍କରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ।
Sign in
Sign in
Recover your password.
A password will be e-mailed to you.
Prev Post